ଦିଲ୍ଲୀରେ କରୋନା ବଢ଼ାଇଲାଣି ଚିନ୍ତା; ୨୦ ପ୍ରତିଶତ ପଜିଟିଭିଟି ଦର, ୩ ଜଣଙ୍କ ମୃତ୍ୟୁ
Khabar Odisha:Nation-Coronavirus-positivity-rate-rise-20-per-cent-in-Delhi

ନୂଆଦିଲ୍ଲୀ, ଅଗଷ୍ଟ ୧୭ (ଖବର ଓଡ଼ିଶା): ଦିଲ୍ଲୀରେ କରୋନା ସଂକ୍ରମଣ ପୁଣି ବ୍ୟାପିବା ଆରମ୍ଭ କରିଦେଇଛି । ରାଜଧାନୀରେ ପଜିଟିଭିଟି ଦର ୨୦ ପ୍ରତିଶତ ପହଞ୍ଚିଛି । ମଙ୍ଗଳବାର ଦିଲ୍ଳୀରେ ୯୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହା ପରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୬୭ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୫୬୬ ରୋଗୀ ଚିହ୍ନଟ ହୋଇଛନ୍ତି । 

ଏହା ପୂର୍ବରୁ ଗତ ୯ ତାରିଖରେ ସଂକ୍ରମଣ ଦର ୧୭ ପ୍ରତିଶତ ଥିଲା । ସେହି ସମୟରେ କରୋନାର ପଜିଟିଭିଟି ଦର ୧୭.୮୫ ପ୍ରତିଶତ ଥିଲା । ଗତ ୧୨ ଦିନ ମଧ୍ୟରେ ଏହା ୩ ଗୁଣ ହୋଇଛି । ଏହା ପୂର୍ବରୁ ଜୁଲାଇ ୨୮ ତାରିଖରେ ଦିଲ୍ଲୀରେ ପଜିଟିଭିଟି ଦର ୬.୫୬ ପ୍ରତିଶତ ଥିଲା । ଦିଲ୍ଲୀ ଏବେ ଦେଶର ସବୁଠାରୁ ଅଧିକ ସଂକ୍ରମିତ ରାଜ୍ୟ ହୋଇଛି । ଏଠାରେ ସୋମବାର ୨୪ ଘଣ୍ଟାରେ ୧୨୨୭ ଜଣ ଲୋକ ସଂକ୍ରମିତ ହୋଇଥିଲେ । ଦିଲ୍ଲୀରେ ଏକଦା ୨୪ ଘଣ୍ଟା ମଧ୍ୟରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା । ସୋମବାର ୨୧୩୦ ଜଣ ଲୋକ ସୁସ୍ଥ ହୋଇଥିଲେ । ଦେଶବ୍ୟାପୀ କଥା ଯଦି କହିବା ତେବେ ୨୪ ଘଣ୍ଟା ମଧ୍ୟରେ ୮୮୧୩ ଜଣ ସଂକ୍ରମିତ ହୋଇଛନ୍ତି । 

 

  • Tags:

Subscribe

National International State Sports Entertainment