ଦିଲ୍ଲୀରେ କରୋନା ଭାଙ୍ଗିଲା ୬ ମାସର ରେକର୍ଡ, ଦିନକରେ ୨୭୨୬ ନୂଆ ପଜିଟିଭ, ୬ ମୃତ
Khabar Odisha:Nation-Corona-speed-up-in-Delhi-new-covid-cases-people-died

ନୂଆଦିଲ୍ଲୀ, ଅଗଷ୍ଟ ୧୨ (ଖବର ଓଡ଼ିଶା): ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ କରୋନା ଭାଇରସ ମହାମାରୀ ପୁଣି ଥରେ ଉପରମୁହାଁ ହୋଇଛି । ସଂକ୍ରମଣର ଦର ବଢ଼ିବାରେ ଲାଗିଛି । କୋଭିଡଜନିତ ମୃତ୍ୟୁ ମଧ୍ୟ ଲୋକଙ୍କୁ ଡରାଉଛି । ଗତ ୨୪ ଘଣ୍ଟାରେ ଦିଲ୍ଲୀରେ କେରାନାରେ ୨୭୨୬ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟପଟରେ କୋଭିଡ ଯୋଗୁଁ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ରାଜଧାନୀରେ ଏବେ କୋଭିଡର ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୮୮୪୦ ହୋଇଛି । 

ଦିଲ୍ଲୀରେ କରୋନା ମାମଲା ପାଖାପାଖି ୬ ମାସର ରେକର୍ଡ ଭାଙ୍ଗିଛି । ସ୍ୱାସ୍ଥ୍ୟ ବିଭାଗ ଠାରୁ ମିଳିଥିବା ତଥ୍ୟ ଅନୁସାରେ ଗତ ଫେବ୍ରୁଆରୀ ୨ ତାରିଖ ପରେ ସଂକ୍ରମଣ ବଢ଼ିଛି । ଗୁରୁବାର ଦିଲ୍ଲୀରେ ୨୭୨୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ ଫେବ୍ରୁଆରୀ ୨ ତାରିଖରେ ୩୦୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । 

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଦିଲ୍ଲୀରେ ୧୮ ହଜାର ୯୬୦ ଜଣଙ୍କର ନମୁନା ସଂଗ୍ରହ କରାଯାଇଥିଲା । ଏଥି ସହିତ ଦିଲ୍ଲୀରେ କୋଭିଡର ପଜିଟିଭିଟି ଦର ୧୪.୩୮ ପ୍ରତିଶତ ହୋଇଛି । 

 

  • Tags:

Subscribe

National International State Sports Entertainment