କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକ ‘ଏନପିଆର’ କୁ କରିପାରନ୍ତି ‘ଅସହଯୋଗ’
Khabar Odisha:Nation-Congress-state-governments-may-not-cooperate-on-National-Population-Registar-exercise

ନୂଆଦିଲ୍ଲୀ, ଜାନୁଆରୀ ୨୨ (ଖବର ଓଡ଼ିଶା): ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ନ୍ୟାସନାଲ ରେଜିଷ୍ଟାର ଅଫ ସିଟିଜେନ (ଏନଆରସି) ନେଇ ଦେଶର କିଛି ସ୍ଥାନରେ ଉତ୍ତେଜନା ଜାରି ଥିବା ବେଳେ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟାର (ଏନପିଆର) ଉପରେ କଂଗ୍ରେସ ଅସହଯୋଗ କରିପାରେ । ଯେଉଁ ରାଜ୍ୟରେ କଂଗ୍ରେସର ସରକାର ଅଛି, ସେହି ରାଜ୍ୟଗୁଡ଼ିକରେ କଂଗ୍ରେସ ତୀବ୍ର ବିରୋଧ କରିପାରେ । କେରଳ ସରକାର ଆରମ୍ଭରୁ ହିଁ ଘୋଷଣା କରିସାରିଛି ଯେ, ସେ ଏପ୍ରିଲରୁ ଆରମ୍ଭ ହେଉଥିବା ଏନପିଆରରେ ସାମିଲ ହେବ ନାହିଁ । ଏବେ ସମସ୍ତଙ୍କର ନଜର ରହିଛି କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକ ଉପରେ । ବିରୋଧୀ ଦଳ କ’ଣ ପଦକ୍ଷେପ ନେଉଛି, ତାହା ଦେଖିବାର ସମୟ ଆସିବ । 

କଂଗ୍ରେସର ଜଣେ ବରିଷ୍ଠ ନେତା ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଏନଆରସିର ଅନ୍ୟ ପଦକ୍ଷେପ ହେଉଛି ଏନପିଆର । ଏଭଳି ଏହି ପ୍ରକ୍ରିୟାରେ ଆମର ଅସହଯୋଗ ରହିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଏନପିଆର ପ୍ରକ୍ରିୟାରେ ରାଜ୍ୟଗୁଡ଼ିକର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ହେବ । ଯଦି କିଛି ରାଜ୍ୟ ସହଯୋଗ ନ କରନ୍ତି ତା’ହେଲେ ଏନପିଆର ଲାଗୁ କରିବା କଷ୍ଟ ହୋଇପାରେ । 

କଂଗ୍ରେସ ମୁଖପାତ୍ର କପିଲ ସିବଲଙ୍କୁ ଏନପିଆର ନେଇ ପଚରାଯାଇଥିଲା, ସେ କହିଥିଲେ, ଏନପିଆର ପ୍ରକ୍ରିୟା ୨୦୨୦ ଏପ୍ରିଲ ୧ରୁ ଲାଗୁ କରାଯିବା ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ସିଏଏକୁ ସେହି ସମୟ ମଧ୍ୟରେ ଲାଗୁ କରାଯାଇପାରେ, ଯଦି ଘରକୁ ଯାଇ ଏନପିଆର ଅନ୍ତର୍ଗତ ଗଣନା କରାଯିବ, ତାହେଲେ ଏପ୍ରିଲ ୧ରୁ ହୋଇପାରେ । ଏମିତିରେ ଏହା ଆଜି କୌଣସି ପ୍ରସଙ୍ଗ ନୁହେଁ ବୋଲି ସେ କହିଥିଲେ । ଯଦି କୋର୍ଟ ଏହାରି ଉପରେ ମୋହର ଲଗାଇ ଦିଅନ୍ତି, ତା’ହେଲେ ଯେକୌଣସି ବ୍ୟକ୍ତିଙ୍କୁ ଏହା ସିଏଏ ଭାବିବାକୁ ପଡ଼ିବ । 

 

  • Tags:

Subscribe

National International State Sports Entertainment