ନୂଆଦିଲ୍ଲୀ, ଜୁଲାଇ ୦୨ (ଖବର ଓଡ଼ିଶା): ଆଜି ବି ଭାରତର ୭୦ ପ୍ରତିଶତ ଲୋକ ଗାଁରେ ବସବାସ କରନ୍ତି । ଗାଁଗୁଡ଼ିକରେ ବିରଳ ପରଂପରା ଦେଖିବାକୁ ମଧ୍ୟ ମିଳିଥାଏ, ଯେଉଁଥି ପାଇଁ ଚର୍ଚ୍ଚା ହୋଇଥାଏ । ବିହାରରେ ଏଭଳି ଏକ ଗାଁ ରହିଛି, ଯେଉଁଠି ଲୋକେ ନିଜ ନିଜ ଘର ଛାତ ଉପରେ ସ୍ୱତନ୍ତ୍ର ଡିଜାଇନ୍ର ଚାର୍ଟର ବିମାନ ଓ ପଶୁ ଆକ୍ରୃତି ରଖିବାକୁ ଭଲ ପାଆନ୍ତି । ଅର୍ଥାତ ଲୋକେ ଘରର ଛାତ ଉପରେ ଯେକୌଣସି ସ୍ୱତନ୍ତ୍ର ଡିଜାଇନ ରଖିଥାନ୍ତି ।
କଟିହାର ଜିଲ୍ଲା କୁର୍ସେଲ ଅଞ୍ଚଳର ବଲଥୀ ମହେଶପୁର ନାମକ ଗାଁରେ ପରଂପରା ହୋଇଯାଇଛି । ଗାଁରେ ଘରର ଛାତ ଉପରେ ଲୋକେ ସୁନ୍ଦର ସୁନ୍ଦର ଆକୃତି ସିମେଣ୍ଟ, ବାଲି, ଲୁହାଛଡ଼ରେ ତିଆରି କରିଛନ୍ତି । ଗାଁ ଲୋକଙ୍କ କହିବା ଅନୁସାରେ ଛାତ ଉପରେ ସ୍ୱତନ୍ତ୍ର ଆକୃତି ରହିବା ଦୂରରୁ ସେମାନେ ଦୂରରେ ଥାଇ ନିଜ ଘରକୁ ଚିହ୍ନିପାରିବେ ।
ଗାଁର ରୋମୀ ଖାନ ନାମକ ଜଣେ ବ୍ୟକ୍ତି ପ୍ରଥମ ଥର ପାଇଁ ନିଜ ଘର ଛାତ ଉପରେ ଏୟାର ଇଣ୍ଡିଆ ଲେଖା ହୋଇଥିବା ସ୍ୱତନ୍ତ୍ର ଡିଜାଇନ୍ ନିର୍ମାଣ କରିଥିଲେ । ଏହା ପରେ ତାଙ୍କ ପଡୋଶୀ ମୁକେଶ ଗୁପ୍ତା ଭୋଲେ ବାବାଙ୍କ ବାହନ ନନ୍ଦୀ ବଳଦ ଆକୃତି ନିର୍ମାଣ କରିଥିଲେ । ଏହିପରି ଭାବେ ଗାଁର ଲୋକେ ଫୁଟବଲ, ବାଜ ସମେତ ଅନ୍ୟ ଅକୃତି କରିଥିଲେ ।