ଚୀନକୁ ଘେରିବା ଅଭିଯାନରେ ଭାରତକୁ ମିଳିଲା ଅଷ୍ଟ୍ରେଲିଆର ସମର୍ଥନ, ସହଯୋଗ ନେଇ କଲା ଘୋଷଣା
Khabar Odisha:Nation-Australia-to-enhance-engagement-with-countries-like-India-for-more-secure-and-open-Indo-pacific

କାନବେରା, ସେପ୍ଟେମ୍ବର ୨୯ (ଖବର ଓଡ଼ିଶା): ଚୀନ ସହିତ ବାସ୍ତବିକ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଲାଗି ରହିଥିବା ବେଳେ ଭାରତକୁ ସମର୍ଥନ ଜଣାଇଛି ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀ ଲିଣ୍ଡା ରୋନାଲ୍ଡସ ଏହି ଘୋଷଣା କରି କହିଛନ୍ତି ଯେ, ଅଧିକ ସୁରକ୍ଷିତ, ଖୋଲା, ସମାବେଶୀ ଓ ସମୃଦ୍ଧ ଭାରତ-ପ୍ରଶାନ୍ତ କ୍ଷେତ୍ରରେ ସମର୍ଥନ ଜଣାଇବ । 

ଅଷ୍ଟ୍ରେଲୀୟ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଚୀନ ଭିତ୍ତିଭୂମିରେ ସଂପନ୍ନ ଏହି କ୍ଷେତ୍ରରେ ନିଜର ନିଜର ପ୍ରଭୂତ୍ତବ ବଢ଼ାଇବାକୁ ଯାଉଛି । ଏହା ସମସ୍ତଙ୍କ ପାଇଁ ବିପଦ । ରୋନାଲ୍ଡସ କହିଛନ୍ତି ଯେ, ଭାରତ ମହାସାଗରରେ ଯୁଗ୍ମ ଭାବେ ଯୁଦ୍ଧାଭ୍ୟାସ ଉଭୟ ଦେଶର ସଂପର୍କକୁ ଆହୁରି ମଜବୁତ କରିବ । ସୂଚନାଯୋଗ୍ୟ ଗତ ସପ୍ତାହରେ ଭାରତୀୟ ନୈସେନା ଓ ରୟାଲ ଅଷ୍ଟ୍ରେଲୀୟ ନୌସେନା ଭାରତ ମହାସାଗରର ଉତ୍ତର-ପୂର୍ବ ଅଂଚଳରେ ୨ ଦିନ ଲାଗି ସେନାଭ୍ୟାସ କରିଥିଲେ । 

ଅଷ୍ଟ୍ରେଲିଆର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଆମେ ଅଧିକ ସୁରକ୍ଷିତ, ଖୋଲା, ସମାବେଶୀ ଓ ସମୃଦ୍ଧ ଭାରତ-ପ୍ରଶାନ୍ତ କ୍ଷେତ୍ରର ବୁଝାମଣା ଦୃଷ୍ଟିରୁ ଭାରତକୁ ସହଯୋଗ କରିବାକୁ ଚାହୁଁଛୁ । ଭାରତ ସହିତ ଆମର ସଂପର୍କ ମଜବୁତ ଆସିଛି । ବିଶେଷ ଭାବେ ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଶିଖର ସମ୍ମିଳନୀ ପରେ ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ସଂପର୍କ ଆହୁରି ଘନିଷ୍ଠ ହୋଇଛି । 

 

  • Tags:

Subscribe

National International State Sports Entertainment