ଆସାମ୍‌ରେ ବନ୍ୟା; ଶିଶୁ ସମେତ ୩ ମୃତ, ୭ ଜିଲ୍ଲାରେ ୫୭ ହଜାର ଲୋକ ପ୍ରଭାବିତ
Khabar Odisha:Nation-Assam-floods-Nearly-57000-people-across-7-districts-affected

ଗୁଆହାଟୀ, ମେ ୧୬ (ଖବର ଓଡ଼ିଶା): ପୂର୍ବୋତ୍ତର ରାଜ୍ୟ ଆସାମରେ ଚଳିତ ବର୍ଷର ପ୍ରଥମ ବନ୍ୟା ଆସିଛି । ଏଥିରେ ୭ଟି ରାଜ୍ୟର ୫୭ ହଜାର ଲୋକ ପ୍ରଭାବିତ ହୋଇଥିବା ସରକାରୀ ସୂତ୍ରରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି । ୧୫ଟି ରେଭନ୍ୟୁ ସାର୍କିଲର ୨୨୨ଟି ଗାଁର ଲୋକେ ବନ୍ୟା ଜଳରେ ପ୍ରଭାବିତ ହେଶଇଛନ୍ତି । ୧୦,୩୨୧.୪୪ ହେକ୍ଟର ଚାଷ ଜମିରେ ବନ୍ୟା ଜଳ ପ୍ରବେଶ କରିଛି । 

ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଜଣେ ଶିଶୁ ସମେତ ମୋଟ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏତଦ୍ ବ୍ୟତୀତ ୧୪୩୪ ଗୃହପାଳିତ ପଶୁ ପ୍ରଭାବିତ ହୋଇଥିଲା ବେଳେ ୨୦୨ଟି ଘର ଭାଙ୍ଗିଛି । ସେନା, ପାରା ମିଲିଟାରି ଫୋର୍ସ, ଏସ୍‌ଡିଆରଏଫ ଓ ଜରୁରୀକାଳୀନ ସେବା ବିଭାଗର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଅନେକ ବ୍ରିଜ୍‌, ସଡ଼କ ଓ କେନାଲ ମଧ୍ୟ ଖରାପ ହୋଇଛି । ହୋଜାଇ, ଲଖିମପୁର ଓ ନଗାଁଓ ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ଦିମା ହାସାଓ ଜିଲ୍ଲାର ବର୍ଷା ଯୋଗୁଁ ୧୨ଟି ଗାଁରେ ଭୂସ୍ଖଳନ ହୋଇଛି । ରେଳଲାଇନ୍ ଓ ସଡ଼କ ଉପରେ ପାଣି ଥିବାରୁ ଗମନାଗମନ ଉପରେ ବାଧା ସୃଷ୍ଟି ହୋଇଛି । 

 

  • Tags:

Subscribe

National International State Sports Entertainment