ବିବାହ ମଣ୍ଡପରେ କଳି: ବରକୁ ମାଡ଼ମାରିଲେ କନ୍ୟା, ଭିଡିଓ ଭାଇରାଲ
Khabar Odisha:Nation-Angry-bride-beat-up-the-groom-relatives-kept-smiling-trending-video-viral

ନୂଆଦିଲ୍ଲୀ, ଅଗଷ୍ଟ ୦୯ (ଖବର ଓଡ଼ିଶା): ବିବାହର ଭିଡିଓ ଥଟ୍ଟା ହେଉ କି ନାଟକୀୟ କଣ୍ଟେଣ୍ଟ କାରଣରୁ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥାଏ । ଏଭଳି ଭିଡିଓ ଲୋକଙ୍କୁ ମନୋରଂଜନ ଦେଇଥାଏ । ମାତ୍ର ସବୁ ବିବାହ ମଜା ହୋଇ ନଥାଏ । କିଛି ବିବାହ ଅଦ୍ଭୂତ ଲାଗିଥାଏ । ବିବାହ ମଣ୍ଡପରେ ଯଦି ବର-କନ୍ୟା ଲଢ଼େଇ କରୁଛନ୍ତି, ତାହା ହେଲେ ଏଭଳି ଭିଡିଓ ସୋସିଆଲ ମିଡିଆରେ ଯୋଡ଼ି ହୋଇଥିବା ଯୁବଗେଷ୍ଠୀ ମଜା ଉଠାଇ ଥାନ୍ତି । ଏଭଳି ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ବିବାହ ମଣ୍ଡପରେ ବର-କନ୍ୟା ଲଢ଼େଇ କରୁଛନ୍ତି । ଉଭୟଙ୍କ ମଧ୍ୟରେ ମାଡପିଟ ହେଉଛି । ଆଖପାଖର ଲୋକେ ବନ୍ଦ କରିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି । ତେବେ ବର-କନ୍ୟାଙ୍କର ଲଢ଼େଇ ପଛର କାରଣ ମଧ୍ୟ ଜଣାପଡ଼ିନାହିଁ ।

ଇନଷ୍ଟାଗ୍ରାମରେ ଏହି ଭିଡିଓକୁ kaunhainyehlog ନାମରେ ଜଣେ ୟୁଜର ସେୟାର କରିଛନ୍ତି । ଏହି ଭିଡିଓକୁ ୬ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି । ଲାଇକ ମଧ୍ୟ କରିଛନ୍ତି । ଭିଡିଓ ଦେଖିବା ପରେ ୟୁଜରମାନେ ନିଜ ମନଇଛା ଟିପ୍ପଣୀ ଦେଇଛନ୍ତି । 

 

  

  • Tags:

Subscribe

National International State Sports Entertainment