ପିଲୀଭୀତରେ ଦୁର୍ଘଟଣା: ଯାତ୍ରୀବସ-ବୋଲେରୋ ମୁହାଁମୁହିଁ, ୭ ମୃତ ଓ ୩୨ ଆହତ
Khabar Odisha:Nation-7-dead-and-32-injured-after-a-bus-and-a-Bolero-collided-with-each-other-in-Puranpur-area

ପିଲ୍ଲୀଭୀତ, ଅକ୍ଟୋବର ୧୭ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର ପିଲୀଭୀତର ପୁରାଣପୁରରେ ଶନିବାର ଭୋର ସକାଳୁ ଏକ ବଡ଼ ଧରଣର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯାତ୍ରୀବାହୀ ବସ ଓ ବୋଲେରୋ ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟ କରିଛି । ଉଭୟ ଗାଡ଼ିର ଚାଳକମାନେ ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ତେବେ ରିପୋର୍ଟ ଲେଖାଯିବା ବେଳକୁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ୩୨ ଜଣ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରୁ କିଛି ଲୋକ ଗୁରୁତର ଅଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ପିଲୀଭିତ ଏସପି  ଜୟପ୍ରକାଶ ଗଣମାଧ୍ୟମକୁ କହିଛନ୍ତି, ଆଜି ଭୋର ସକାଳୁ ଏକ ଯାତ୍ରୀବାହୀ ବସ ଓ ବୋଲେରୋ ମଧ୍ୟରେ ପୁରାଣପୁରରେ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୨ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ମିଳିବା ପରେ ପୋଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣାସ୍ଥଳକୁ ପହଂଚିଥିଲେ । ଆହତମାନଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ନିଆଯାଇଥିଲା । 

   

 

  • Tags:

Subscribe

National International State Sports Entertainment