ସାଧାରଣତନ୍ତ୍ର ଦିବସ: ଶାହୀନବାଗରେ ୫୫ ଫୁଟ ଉଚ୍ଚରେ ଉଡ଼ିଲା ତ୍ରିରଙ୍ଗା
Khabar Odisha:Nation-55-feet-tricolor-unfurled-at-shaheen-bagh-on-republic-day-in-New-Delhi

ନୂଆଦିଲ୍ଲୀ, ଜାନୁଆରୀ ୨୭ (ଖବର ଓଡ଼ିଶା): ସାଧାରଣତନ୍ତ୍ର ଦିବସ ଅବସରରେ ‘ସମ୍ବିଧାନର ରକ୍ଷା ଓ ଦେଶର ସୁରକ୍ଷା’, ଏବଂ ‘ଭାରତ ମାତାର ଜୟ’ ଶ୍ଲୋଗାନ’ରେ ଶାହୀନବାଗ ଉଛୁଳି ପଡ଼ିଥିଲା । ବିଗତ କିଛି ଦିନ ହେବ ଏଠାରେ ବିରୋଧ ପ୍ରଦର୍ଶନ ଚାଲିଥିବା ବେଳେ ରବିବାର ହଜାର ହଜାର ସଂଖ୍ୟାରେ ଲୋକେ ଏଠାରେ ୫୫ ଫୁଟ ଉଚ୍ଚରେ ଉଡୁଥିବା ତ୍ରିରଙ୍ଗାକୁ ସମ୍ମାନ ଜଣାଇଥିଲେ । ଉପସ୍ଥିତ ଲୋକେ ‘ଜନ-ଗଣ-ମନ’ ଗାଇଥିଲେ । ସମସ୍ତେ ଏହି ଦେଶାତ୍ମବୋଧ ଗୀତକୁ ଏକକାଳୀନ ଗାୟନ କରିଥିଲେ । ମୋଟାମୋଟି ଭାବେ କହିବାକୁ ଗଲେ ଶାହୀନବାଗ ଦେଶଭକ୍ତି ଗୀତରେ ପୂରି ଉଠିଥିଲା । 

ଏହି ଅବସରରେ ରୋହିତ ଭେମୁଲାଙ୍କ ମାଁ ରାଧୀକା ଭେମୁଲା, ସାୟରା ବାନୋ ଓ ଶାହୀନବାଗରେ ପତାକା ଉଡ଼ାଇଥିଲେ । ଏହା ପରେ ଶ୍ଲେଗାନ ଆରମ୍ଭ ହୋଇଥିଲା । ‘ଇନକ୍ଲବ ଜିନ୍ଦାବାଦ’, ‘ସ୍ୱାଧୀତନା’ ଓ ‘ଭାରତ ମାତାର ଜୟ’ ସାମିଲ ଥିଲା । ପାଖାପାଖି ପୂର୍ବାହ୍ନ ୧୧ଟାରେ ଶାହୀନବାଗ ପ୍ରଦର୍ଶନ ମଞ୍ଚରେ ପିଲାମାନେ ଦେଶାତ୍ମବୋଧ ଗୀତ ଗାୟନ କରିଥିଲେ । ଏଠାରେ ପତାକା ଉଡ଼ିବା ପରେ ସମସ୍ତଙ୍କ ମୁହଁ ଖୁସି ଦେଖାଯାଉଥିଲା । ଅନେକ ଲୋକ କହୁଥିଲେ, ସେମାନେ ସାଧାରଣତନ୍ତ୍ର ଦିବସକୁ କେବଳ ଟିଭିରେ ଦେଖୁଥିଲେ । କିନ୍ତୁ ଆଜି (ଜାନୁଆରୀ ୨୬)ରେ ଆଖି ଆଗରେ ଦେଖିଛନ୍ତି । 

୭୫ ବର୍ଷୀୟ ସରଭରୀ କହିଛନ୍ତି, ଯେତେବେଳେ ସ୍ୱାଧୀନତା ମିଳିଥିଲା, ସେତେବେଳେ ସେ ଶିଶୁ ଥିଲେ । ଆମ ପରିବାର ଭାରତରେ ରହିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଏବଂ ସେହିଦିନ ଠାରୁ ଆଜି ଯାଏଁ ନିଜ ହାତରେ ପତାକା ଉତ୍ତୋଳନ କରି ନାହାନ୍ତି । ସେହିଭଳି ୮୨ ବର୍ଷୀୟ ବିଲକିଶ ପତାକା ଉତ୍ତୋଳନ କରିବା ପାଇଁ ନୂତନ ବସ୍ତ୍ର ପରିଧାନ କରି ପହଞ୍ଚିଥିଲେ । ସେ କହିଥିଲେ ସମ୍ବିଧାନ ବଞ୍ଚାଇବାକୁ ଆସିଛନ୍ତି ଏବଂ ଏହି ସଡ଼କରେ ନିଜର ସ୍ୱରକୁ ସମ୍ବିଧାନ ପର୍ଯ୍ୟନ୍ତ ପହଞ୍ଚାଇବେ । ଏହା ପୂର୍ବରୁ ଶାହୀନବାଗରେ ଏଭଳି ଦୃଶ୍ୟ କେବେ ଦେଖାଯାଇ ନ ଥିଲା । 

 

  • Tags:

Subscribe

National International State Sports Entertainment