ମୁମ୍ବାଇ: ବିଜୟ ବଲ୍ଲଭ ହସ୍ପିଟାଲର ଆଇସିୟୁରେ ଭୟାବହ ଅଗ୍ନିକାଣ୍ଡ, ୧୩ ରୋଗୀ ମୃତ
Khabar Odisha:Nation-12-patients-have-died-in-the-fire-at-Vasai-Covid-hospital-Corona-Control-Room-Vasai-Virar-Municipal-Corporation

ମୁମ୍ବାଇ, ଏପ୍ରିଲ ୨୩ (ଖବର ଓଡ଼ିଶା): ମହାରାଷ୍ଟ୍ରର ବିରାରସ୍ଥିତ କୋଭିଡ ଉତ୍ସର୍ଗୀକୃତ ବିଜୟ ବଲ୍ଲଭ ହସ୍ପିଟାଲର ଆଇସିୟୁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୧୩ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆଇସିୟୁରେ ୧୭ ଜଣ ରୋଗୀ ଭର୍ତ୍ତି ହୋଇଥିଲେ । ଏଥିରୁ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ନିଆଁ ଲାଗିବାର କାରଣ ସର୍ଟସର୍କିଟ ବୋଲି କୁହାଯାଉଛି । 

ସୂଚନା ଅନୁସାରେ ହସ୍‌ପିଟାଲରେ ଆଜି ଭୋର ୩ଟା ୧୫ରେ ନିଆଁ ଲାଗିଥିଲା । ରିପୋର୍ଟ ଲେଖାଯିବା ବେଳକୁ ୫ ଜଣ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନା ମିଳିବା ପରେ ଦମକଳ ବାହିନୀର କର୍ମଚାରୀମାନେ ତୁତନ୍ତ ଘଟଣାସ୍ଥଳକୁ ପହଂଚିଥିଲେ । ଦୀର୍ଘ ସମୟ ଧରି ଉଦ୍ୟମ ପରେ ନିଆଁ ଆୟତ୍ତକୁ ଆସିଛି । 

ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଅଧିକ ବ୍ୟାପିଛି । ଗୋଟିଏ ଦିନରେ ୬୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ରାଜ୍ୟରେ କୋଭିଡ ହସ୍ପିଟାଲ ଗୁଡ଼ିକରେ ଶର୍ଯ୍ୟା, ଅମ୍ଲଜାନର ଅସୁବିଧା ଦେଖାଯାଇଛି । ୨ ଦିନ ପୂର୍ବରୁ ନାସିକର ଏକ ହସ୍ପିଟାଲରେ ଅମ୍ଲଜାନ ଅଭାବରୁ ୨୪ ଜଣଙ୍କର ମୃତ୍ୟୁ ହୋଇଥିଲା । 

 

  • Tags:

Subscribe

National International State Sports Entertainment