ଆସାମ-ମିଜୋରାମ ସୀମା ବିବାଦ: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଆଜି ୩ ଜିଲ୍ଲାରେ ବନ୍ଦ ପାଳନ
Khabar Odisha:Nation-12-hour-bandh-called-in-Assams-three-districts-death-toll-rises-to-7

ଗୁଆହାଟୀ-ଆଇଜଲ, ଜୁଲାଇ ୨୮ (ଖବର ଓଡ଼ିଶା): ଆସାମ ଓ ମିଜୋରାମ ସୀମାର ଉତ୍ତେଜନା ଜାରି ରହିଛି । ଉଭୟ ରାଜ୍ୟର ପୋଲିସ ମଧ୍ୟରେ ହୋଇଥିବା ମୁହାଁମୁହିଁ ଘଟଣାରେ ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କଛାର ଏସ୍‌ପି ନିମ୍ବାଲକର ବୈଭବ ଚନ୍ଦ୍ରକାନ୍ତଙ୍କ ସମେତ ୬୦ରୁ ଅଧିକ ଆହତଙ୍କୁ ହସ୍ପିଟାଲରେ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି । ଉତ୍ତେଜନାକୁ କେନ୍ଦ୍ର କରି ଆସାମର ୩ଟି ଜିଲ୍ଲାରେ ବୁଧବାର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଡାକରା ଦିଆଯାଇଥିବା ଜିଲ୍ଲା ଗୁଡ଼ିକ ହେଲା ବାରାକ ଉପତ୍ୟାକରେ ଥିବା ଚଚର, ହଲାଇକାଣ୍ଡି ଓ କରୀମଗଂଜ । 

ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱସର୍ମା ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ମିଜୋରାମ ପୋଲିସର ଗୁଳିରେ ଆହତ ଜଣେ ପୋଲିସ କର୍ମଚାରୀଙ୍କ ମଙ୍ଗଳବାର ମୃତ୍ୟୁ ହୋଇଛି । ଏଥି ସହିତ ୬ ଜଣ ଆସାମ ପୋଲିସ କର୍ମଚାରୀ ଏବଂ ଜଣେ ସାଧାରଣ ନାଗରିକଙ୍କ ଗୁଳିମାଡ଼ରେ ମୃତ୍ୟୁ ହୋଇଛି । 

ଉପରୋକ୍ତ ଘଟଣାକୁ ନେଇ ଆସାମରେ ତୀବ୍ର ବିରୋଧ ଏବଂ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଆନ୍ଦୋଳନକାରୀମାନେ ଦାବି କରିଛନ୍ତି ଯେ, ହିଂସା ଘଟଣାରେ ସଂପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠା ନିଆଯାଉ ଏବଂ ମୃତକଙ୍କ ପରିବାରକୁ ଉପଯୁକ୍ତ ଅନୁକମ୍ପାମୂଳକ ସହାୟତା ଯୋଗାଇ ଦିଆଯାଉ । 

 

  • Tags:

Subscribe

National International State Sports Entertainment