୫୦ କୋଟି ବଟି ଦାବି: ଶ୍ରୀ ହରମନ୍ଦିର ପାଟନା ସାହିବରେ ବିସ୍ଫୋରଣ କରିବାକୁ ଧମକ
Khabar Odisha:Nation-Threats-to-bomb-Xatna-Iakht-Sri-Harimandir-Patna-Sahib-and-Bal-Leela-Gurudwara

ପାଟନା, ମେ ୦୪ (ଖବର ଓଡ଼ିଶା): ପାଟଣା ସାହିବର ହରମନ୍ଦିର ଗଳିସ୍ଥିତ ଗୁରୁଦ୍ୱାର ଏବଂ ବାଳ ଗୁରୁଦ୍ୱାରକୁ ୧ ମାସ ମଧ୍ୟରେ ୫୦ କୋଟି ଟଙ୍କା ବଟି ନ ମିଳିଲେ ବୋମା ବିସ୍ଫୋରଣ କରି ଉଡାଇ ଦେବାକୁ ଧମକ ମିଳିଛି । ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ଗୁରୁଦ୍ୱାର ପରିଚାଳନା କମିଟି ମଧ୍ୟରେ ଭୟ ସୃଷ୍ଟି ହୋଇଛି । ଗୁରୁଦ୍ୱାର କମିଟି ବିହାର ଡିଜିପିଙ୍କୁ ଏସଂପର୍କରେ ଅବଗତ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛି । 

କୁହାଯାଉଛି ଯେ, ତଖତ ଶ୍ରୀ ହରମନ୍ଦିର ପାଟଣା ସାହିବ ଏବଂ ବାଳ ଲୀଳା ଗୁରୁଦ୍ୱାରକୁ ବୋମା ମାଧ୍ୟମରେ ବିସ୍ଫୋରଣ କରିବାକୁ ଧମକ ପଂଜୀକୃତ ଡାକ ମାଧ୍ୟମରେ ଏକ ଚିଠି ଆସିଛି । ବଟି ଏବଂ ବୋମା ବିସ୍ଫୋରଣରେ ଗୁରୁଦ୍ୱାର ଉଡାଇବାକୁ ନେଇ ଆସିଥିବା ପତ୍ର ମିଳିବା ପରେ ପରିଚାଳନା କମିଟିର ସଦସ୍ୟମାନେ ଭୟଭୀତ ହୋଇଛନ୍ତି । ଗୋଟିଏ ଲଫାପା ମଧ୍ୟରେ ଥିବା ଅନ୍ୟ ଏକ ଚିଠିରେ ମାରୱାଡୀ ଉଚ୍ଚ ବିଦ୍ୟାଳୟର ପ୍ରାଚାର୍ଯ୍ୟ ତଥା ୨ ଜଣ ଶିକ୍ଷକଙ୍କ ଉପରେ ପୁରୁଣା ଧର୍ମ ଗ୍ରନ୍ଥକୁ ପୋଡ଼ିବା, ବିକିବା ଏବଂ ନଷ୍ଟ କରାଯାଇଥିବା ଅଭିଯୋଗ ହୋଇଛି । 

 

  • Tags:

Subscribe

National International State Sports Entertainment