ମୁମ୍ବାଇ: ମୁମ୍ବାଇର ବାଇକୁଲାରେ ବୁଧବାର ରାତିରେ ଏକ ୧୮ ମହଲା କୋଠାରେ ଏକ ଲିଫ୍ଟ ଭୁଶୁଡ଼ି ପଡ଼ିଲା। ଲିଫ୍ଟ ଭୁଶୁଡ଼ି ପଡ଼ିବାରୁ ୫ ଜଣ ଆହତ ହୋଇଛନ୍ତି। କେବୁଲ ଫେଲ୍ ଯୋଗୁଁ ଏହି ଦୁର୍ଘଟଣା ଘଟିଛି।
ଘୋଡାପଦେବ କ୍ରସ୍ ଲେନ୍ ନମ୍ବର ୧ରେ ଅବସ୍ଥିତ ଜୟ କୃପା ଟାୱାରରେ ରାତି ପ୍ରାୟ ୧୦ଟା ସମୟରେ ଏହି ଘଟଣା ଘଟିଥିଲା। ଲିଫ୍ଟଟି ହଠାତ୍ ଚତୁର୍ଥ ମହଲାରୁ ଖସି ପଡ଼ିବାରୁ ଆତଙ୍କ ସୃଷ୍ଟି ହୋଇଥିଲା।
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ମୁମ୍ବାଇ ଅଗ୍ନିଶମ ବାହିନୀ, ପୋଲିସ, ଆମ୍ବୁଲାନ୍ସ ଏବଂ ବିଏମସି ୱାର୍ଡ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲିଫ୍ଟ ଭିତରେ ଥିବା ଲୋକଙ୍କୁ ଉଦ୍ଧାର କରିଥିଲେ। ଲିଫ୍ଟରେ ଥିବା ୫ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କ ଚିକିତ୍ସା ଚାଲିଛି।
ମୁମ୍ବାଇର ବାଇକୁଲାର ଘୋଡାପଦେବ କ୍ରସ୍ ଲେନ୍ ନମ୍ବର ୧ ରେ ଅବସ୍ଥିତ ଜୟ କୃପା ଟାୱାରରେ ଏହି ଘଟଣା ଘଟିଛି। ଲିଫ୍ଟଟି ହଠାତ୍ ଚତୁର୍ଥ ମହଲାରୁ ଖସି ପଡ଼ିଲା। ଲିଫ୍ଟ କେବୁଲ ଭାଙ୍ଗିଯିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।
ଅଧିକ ପଢ଼ନ୍ତୁ: ବାଂଲାଦେଶରେ ଭୋଟ ଦେବା ପାଇଁ ଲମ୍ବା ଧାଡ଼ି