ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସ୍ଏସ୍)ର କାର୍ଯ୍ୟକ୍ରମରେ ସରକାରୀ କର୍ମଚାରୀ ଯୋଗ ଦେଇପାରିବା ନେଇ ଲାଗୁ ହୋଇଥିବା ୫୮ ବର୍ଷର କଟକଣାକୁ କେନ୍ଦ୍ର ସରକାର ହଟାଇ ଦେଇଛନ୍ତି। ଏଣିକି ସରକାରୀ କର୍ମୀମାନେ ମଧ୍ୟ ଆରଏସ୍ଏସ୍ର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ। ବିଭିନ୍ନ ଦିଗରୁ ସମୀକ୍ଷା କରାଯିବା ପରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁସାରେ ୧୯୬୬ ନଭେମ୍ବର ୩୦, ୧୯୭୦ ଜୁଲାଇ ୨୫ ଓ ୧୯୮୦ ଅକ୍ଟୋବର ୨୮ ସମ୍ବନ୍ଧିତ କାର୍ଯ୍ୟାଳୟ ଜ୍ଞାପନରୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଉଳ୍ଲେଖ ହଟାଇ ଦିଆଯାଉ।
ଅନ୍ୟପଟରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କଂଗ୍ରେସ ତୀବ୍ର ବିରୋଧ କରିଛି। କଂଗ୍ରେସ ରବିବାର କେନ୍ଦ୍ର ସରକାରଙ୍କ ତରଫରୁ ଜାରି ଏହି ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛି। ଏଥି ସହିତ କଡ଼ା ସମାଲୋଚନା କରିଛି।
କଂଗ୍ରେସ ସାଧାରଣ ସଂପାଦକ (ବାର୍ତ୍ତା) ଜୟରାମ ରମେଶ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କହିଛନ୍ତି, ୧୯୪୮ରେ ଗାନ୍ଧିଜୀଙ୍କ ହତ୍ୟା ପରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଆରଏସ୍ଏସ୍ ଉପରେ କଟକଣା ଜାରି କରିଥିଲେ। ଏହା ପରେ ଉତ୍ତମ ଆଚରଣ ପାଇଁ ଆଶ୍ବାସନକୁ ମଧ୍ୟ ହଟାଇ ଦେଇଥିଲେ। ଏହା ପରେ ଆରଏସଏସ୍ ନାଗପୁରରେ କେବେବି ତ୍ରିରଙ୍ଗା ଉଡାଇନାହିଁ। ୧୯୬୬ରେ ଆରଏସ୍ଏସ୍ ଗତିବିଧିରେ ଭାଗ ନେଉଥିବା ସରକାରୀ କର୍ମଚାରୀଙ୍କ ଉପରେ କଟକଣା ଲାଗୁ କରାଯାଇଥିଲା।