ଲଦାଖରେ ଅନୁଭୂତ ହେଲା ଭୂକଂପର ଝଟକା। ରବିବାର ଜମ୍ମୁ-କାଶ୍ମୀର ଓ ଲଦାଖ ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୦ ରେକର୍ଡ କରାଯାଇଛି ।
ଭୂମିକମ୍ପ ପରେ ପାହାଡ଼ିଆ ଅଞ୍ଚଳରେ ରହୁଥିବା ଅଧିବାସୀ ଭୟଭୀତ ହୋଇଯାଇଥିବା ବେଳେ କୌଣସି କ୍ଷୟକ୍ଷତି ତଥା ଜୀବନହାନୀର ସୂଚନା ମିଳନାହିଁ । ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି (NCS)ର ସୂଚନା ଅନୁଯାୟୀ, ରବିବାର ପୂର୍ବାହ୍ଣ ୧୧ଟା ୪୮ ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳୀ ଭୂପୃଷ୍ଠରୁ ୫ କିଲୋମିଟର ଗଭୀରତାରେ ରହିଛି।
ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ସୋମବାର ସକାଳ ପ୍ରାୟ ୬ଟା ୩୬ ମିନିଟରେ ଜାମ୍ମୁ-କାଶ୍ମୀରରେ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୭ ରେକର୍ଡ କରାଯାଇଥିଲା।
ଅଧିକ ପଢନ୍ତୁ: ପ୍ରଧାନ ମନ୍ତ୍ରୀଙ୍କ 'ମନ କି ବାତ୍' ରେ ଓଡ଼ିଆ ଦମ୍ପତ୍ତି