ନୂଆଦିଲ୍ଲୀ: ଇରାନ ଓ ଇସ୍ରାଏଲ-ଆମେରିକା ମଧ୍ୟରେ ଜାରି ଲଢେଇରେ ସାରା ବିଶ୍ୱରେ ଗମ୍ଭୀର ଶକ୍ତି ସଙ୍କଟ ଦେଖା ଦେଇଛି । ଗ୍ୟାସ୍ ଓ ତେଲ ସଙ୍କଟର ପ୍ରଭାବ ସିଧାସଳଖ ଲୋକଙ୍କ ଉପରେ ପଡିଛି । ଭାରତରେ ତେଲ ଅଭାବ ନ ଥିଲେ ବି ଗ୍ୟାସ ସଙ୍କଟରେ ଅସ୍ତବ୍ୟସ୍ତ ଜନଜୀବନ । ଏମିତି ସମୟରେ କେନ୍ଦ୍ର ସରକାର କଣ କରୁଛନ୍ତି, କଣ ପଦକ୍ଷେପ ନେଉଛନ୍ତି ଏହାର ସମସ୍ତ ଉତ୍ତର ଆଜି ଅପରାହ୍ଣ ୨ଟାରେ ସଂସଦରେ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ପିଏମଓରେ ରବିବାର ଯେଉଁ ବୈଠକ ବସିଥିଲା, ସେଥିରେ ପ୍ରଧାନମନ୍ତ୍ରୀ ପୂରା ରିପୋର୍ଟର ସମୀକ୍ଷା କରିଥିଲେ । ବୈଠକରେ ପ୍ରଧାନମନ୍ତ୍ରୀ ଦେଶରେ ସଂପ୍ରତି ଗ୍ୟାସ ଓ ତେଲର ସ୍ଥିତି କଣ ରହିଛି ସବୁ ପଚାରି ବୁଝିଥିଲେ । ସମସ୍ତ ମନ୍ତ୍ରଣାଳୟଠୁ ସଦ୍ୟତମ ତଥ୍ୟ ନେଇଥିଲେ । ସୂତ୍ର ମୁତାବକ ଏହି ବୈଠକରେ କୃଷି, ସାର, ଖାଦ୍ୟ ସୁରକ୍ଷା, ପେଟ୍ରୋଲିୟମ, ଶକ୍ତି, ରପ୍ତାନୀ, ଜାହାଜ, ଆର୍ଥିକ, ଯୋଗାଣ ସମେତ ସମ୍ତ ବିଭାଗ ସହ ଆଲୋଚନା କରିଥିଲେ । ସବୁ ବିଭାଗ ତରଫରୁ କଣ କଣ ପଦକ୍ଷେପ ଉଠାଯାଇଛି ସେ ସବୁ ପଚାରି ବୁଝିଥିଲେ ପିଏମ ମୋଦୀ ।
ଏଲପିଜିର ଅଭାବ ମଧ୍ୟରେ ବଡ ସଂଖ୍ୟାରେ ଲୋକ ଇଣ୍ଡକ୍ସନ ଆଡକୁ ମୁହାଁଇଲେଣି । ଏମିତି ସ୍ଥିତିରେ ବିଜୁଳି ଯୋଗାଣ ମଧ୍ୟ ଲାଗାତାର ଜାରି ରହିବା ଜରୁରୀ । ନଚେତ୍ ଘରେ ରୋଷେଇ କେମିତି ହେବ । ବୈଠକରେ ପିଏମ ମୋଦୀ ଏହା ଉପରେ ଆଲୋଚନା କରିଛନ୍ତି ଯେ, ଦେଶରେ ଯେମିତି ଫାର୍ମା ଓ କେମିକାଲ୍ସ, ପେଟ୍ରୋକେମିକାଲ୍ସର ଅଭାବ ନ ହୁଏ । ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଲଢେଇରେ ପୂରା ଦୁନିଆ ପ୍ରଭାବିତ ହୋଇଛି । ମାତ୍ର ଆମକୁ ଏମିତି କିଛି ପଦକ୍ଷେପ ନେବାକୁ ପଡିବ ଯଦ୍ୱାରା ଦେଶର ହିତର ରକ୍ଷା ହୋଇ ପାରିବ ।
Also read: ଓଡିଶାରେ ମାଇନିଂ ରେସ୍ ଆରମ୍ଭ; ୩୪ଟି ଖଣି ନିଲାମ ପାଇଁ ପ୍ରସ୍ତୁତ,ସୁନାରୁ ଗ୍ରାଫାଇଟ୍ ପର୍ଯ୍ୟନ୍ତ ରହିଛି ମହାସୁଯୋଗ