କିଭଳି ହେବ ଲକଡାଉନ 5.0 ର ରୂପ, ସେ ନେଇ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ମଧ୍ୟରେ ବସିଛି ବୈଠକ
Khabar Odisha:Meetings-between-Prime-Minister-and-Home-Minister-Amit-Shah-on-the-nature-of-Lockdown-50
ନୂଆଦିଲ୍ଲୀ, ମେ ୨୯ (ଖବର ଓଡ଼ିଶା):

କିଭଳି ହେବ ଲକଡାଉନର ପଞ୍ଚମ ପର୍ଯ୍ୟାୟରେ ଏ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ମଧ୍ୟରେ ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିବା ଜଣାପଡିଛି । ଗତକାଲି ଅମିତ ଶାହା ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ । ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସହ ହୋଇଥିବା ଆଲୋଚନା ସମ୍ପର୍କରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅବଗତ କରାଉଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ।

ବାସ୍ତବରେ, ଲକଡାଉନର ଚତୁର୍ଥ ପର୍ଯ୍ୟାୟ 31 ମଇ ମଧ୍ୟରାତ୍ରିରେ ଶେଷ ହେବ | ଏଭଳି ପରିସ୍ଥିତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ସନ୍ଧ୍ୟାରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଡାକି ଲକଡାଉନର ଭବିଷ୍ୟତ ସମ୍ପର୍କରେ ସେମାନଙ୍କ ମତାମତ ମାଗିଛନ୍ତି। ସୂଚନାନୁସାରେ, ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଅମିତ ଶାହା ଲକଡାଉନ୍ ବୃଦ୍ଧି କରିବେ କି ନାହିଁ ସେ ସମ୍ପର୍କରେ ଜାଣିବାକୁ ଚାହୁଁଥିଲେ।

ଦେଶର ଅର୍ଥନୀତିକୁ ଆହିରି କୋହଳ କରିବା ନେଇ ଗୃହମନ୍ତ୍ରୀ ଅମିତ ଶାହା ବିଭିନ୍ନ ରାଜ୍ୟର ଯୋଜନା ସମ୍ପର୍କରେ ଶୁଣିଥିଲେ।

ଲକଡାଉନର ପ୍ରତ୍ୟେକ ପର୍ଯ୍ୟାୟ ସମାପ୍ତ ହେବା ପରେ ସାଧାରଣତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଏକ ଭିଡିଓ କନଫରେନ୍ସ ହୁଏ, କିନ୍ତୁ ଏଥର ଏପର୍ଯ୍ୟନ୍ତ ସେ ନେଇ କୌଣସି ଘୋଷଣା କରାଯାଇ ନାହିଁ। ଲକଡାଉନ୍ ର ଚତୁର୍ଥ ପର୍ଯ୍ୟାୟ 31 ମଇରେ ଶେଷ ହେବ ବୋଲି ପୂର୍ବରୁ ମୋଦୀ ସୂଚନା ଦେଇଛନ୍ତି|

  • Tags:

Subscribe

National International State Sports Entertainment