ଉତ୍ତରପ୍ରଦେଶରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ପ୍ରଭାବରେ ୧୬ଟି କାରରେ ନିଆଁ ଲାଗି କାରଗୁଡିକ ଜଳିପୋଡ଼ି ପାଉଁଶ ହୋଇଯାଇଛି। ସୂଚନା ଅନୁସାରେ, ଶୁକ୍ରବାର ଉତ୍ତରପ୍ରଦେଶର ପ୍ରୟାଗରାଜର ଏକ ମାରୁତି ଗୋଦାମରେ ଭୟଙ୍କର ନିଆଁ ଲାଗିଥିଲା । ୧୧ କେଭି ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଥିବାରୁ ଏମିତି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଥିଲା । ବିଦ୍ୟୁତ୍ ତାର ଛିଣ୍ଡି ସେଠାରେ ଥିବା କାର ଉପରେ ପଡିଥିଲା ଯାହାଫଳରେ କାର ଭିତରେ ଥିବା ସିଏନ୍ଜି ସିଲିଣ୍ଡର ଫାଟି ବହୁତ ବଡ ବିସ୍ଫୋରଣ ହୋଇଥିଲା । ଏହି ନିଆଁ ସଙ୍ଗେ ସଙ୍ଗେ ପାଖାପାଖି ଅଞ୍ଚଳରେ ଥିବା ଅଞ୍ଚଳ ଓ କାରକୁ ମାଡିଯାଇଥିଲା । ଏହି ନିଆଁ ଧୀରେ ଧୀରେ ଭୟଙ୍କର ରୂପ ନେଇଥିଲା । ଏହି ଅଗ୍ନିକାଣ୍ଡକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।
ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ୨ ଘଣ୍ଟା ଚେଷ୍ଟା କରିବା ପରେ ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ ପୋଡି ଯାଇଥିବା କାରର ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ହେବ ବୋଲି ଅନୁମାନ କରିଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡରେ ପ୍ରଭାବରେ ବହୁତ କ୍ଷୟକ୍ଷତି ହେବା ସହିତ ସ୍ଥାନୀୟ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ।
ଆଗକୁ ପଢ଼ନ୍ତୁ : ୧୦ ଗୁଣ ବଢ଼ିଲା ଟ୍ରେନ ଦୁର୍ଘଟଣା କ୍ଷତିପୂରଣ ରାଶି