ନୂଆଦିଲ୍ଲୀ: ସପ୍ତାହର ପ୍ରଥମ ବ୍ୟବସାୟ ଦିନ ଭାରତୀୟ ସେନସେକ୍ସ ବଜାରର ଆରମ୍ଭ ଏକ ବିପର୍ଯ୍ୟୟପୂର୍ଣ୍ଣ ଥିଲା। ପ୍ରମୁଖ ବେଞ୍ଚମାର୍କ ସୂଚକାଙ୍କ ବିଏସ୍ଇ ସେନସେକ୍ସ ଏବଂ ଏନ୍ଏସ୍ଇ ନିଫ୍ଟି ୫୦ ଲାଲ ରଙ୍ଗରେ ଖୋଲିଥିଲା।
୩୦-ସେୟାର ବିଏସ୍ଇ ସେନସେକ୍ସ ସୂଚକାଙ୍କ ୧୮୬୨.୧୫ ପଏଣ୍ଟ କିମ୍ବା ୨.୩୬ ପ୍ରତିଶତ ହ୍ରାସ ପାଇଥିଲା। ସେନସେକ୍ସ ଦିନ ୭୭,୦୫୬.୭୬ରେ ଖୋଲିଥିଲା। ଏନ୍ଏସ୍ଇ ନିଫ୍ଟି ୫୦ ମଧ୍ୟ ହ୍ରାସ ପାଇଥିଲା। ନିଫ୍ଟି ୫୮୨.୪୦ ପଏଣ୍ଟ କିମ୍ବା ୨.୩୮ ପ୍ରତିଶତ ହ୍ରାସ ପାଇଥିଲା।
ପ୍ରାୟ ୯:୨୦ ସକାଳ ସୁଦ୍ଧା, ସେନକ୍ସେକ୍ସ ୨,୩୦। ପଏଣ୍ଟ ହ୍ରାସ ପାଇ ୭୬,୬୧୭ରେ କାରବାର କରୁଥିଲା। ଏହି ସମୟରେ ନିଫ୍ଟି ୫୦ ୬୮୭ ପଏଣ୍ଟ ହ୍ରାସ ପାଇ ୨୩,୭୬୨ରେ କାରବାର କରୁଥିଲା। ମାର୍ଚ୍ଚ ୬ ତାରିଖରେ ଭାରତୀୟ ଷ୍ଟକ୍ ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଥିଲା। ପ୍ରମୁଖ ବେଞ୍ଚମାର୍କ ସୂଚକାଙ୍କ ବିଏସ୍ଇ ସେନସେକ୍ସ ଏବଂ ଏନ୍ଏସ୍ଇ ନିଫ୍ଟି ୫୦ଦିନର କାରବାର ଲାଲ ରଙ୍ଗରେ ଶେଷ କରିଥିଲେ। ସେନସେକ୍ସ ୧୦୯୭.୦୦ ପଏଣ୍ଟ କିମ୍ବା ୧.୩୭ ପ୍ରତିଶତ ହ୍ରାସ ପାଇ ୭୮,୯୧୮.୯୦ରେ ବନ୍ଦ ହୋଇଥିଲା, ଯେତେବେଳେ ଏନ୍ଏସଇ ନିଫ୍ଟି ୫୦୩୧୫.୪୫ ପଏଣ୍ଟ କିମ୍ବା ୧.୨୭ ପ୍ରତିଶତ ହ୍ରାସ ପାଇ ୨୪,୪୫୦.୪୫ରେ ବନ୍ଦ ହୋଇଥିଲା।
ଅଧିକ ପଢ଼ନ୍ତୁ: ସାଉଦି ଆରବର ଆକ୍ରମଣରେ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇନି