ଉତ୍ତର ପ୍ରଦେଶ ସ୍ଥିତ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଏହି ଦୁର୍ଘଟଣାରେ ୪ ଜଣଙ୍କର ଜୀବନହାନୀ ହୋଇଥିବା ସୂଚନା ମିଳିଛି । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।
ସୂଚନା ଅନୁଯାୟୀ, ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସୱେରେ ଥିବା ୯୭ ମାଇଲ ଷ୍ଟୋନ ପାଖରେ ଏକ ଟ୍ରକ ଠିଆ ହୋଇଥିବା ବେଳେ ଏହି ସମୟରେ ପଛରୁ ଏକ କାର ଆସି ଟ୍ରକକୁ ଧକ୍କା ଦେଇଥିଲା । ତେବେ ଏହି ଦୁର୍ଘଟଣା ଫଳରେ କାରରେ ଥିବା ସମସ୍ତ ୪ ଜଣଙ୍କର ମୃତ୍ୟୁ ହୋଇଛି । କାରରେ ଥିବା ସମସ୍ତ ଲୋକ କୋଲକତା, ପଶ୍ଚିମବଙ୍ଗର ବାସିନ୍ଦା। ଦୁର୍ଘଟଣା ପରେ ପୋଲିସ ଘଟଣା ସ୍ଥଳରୁ ମୃତଦେହକୁ ଉଦ୍ଧାର କରି ଏହାକୁ ପୋଷ୍ଟମର୍ଟମ ପାଇଁ ପଠାଇଛି।
ଅଧିକ ପଢନ୍ତୁ: ନ୍ୟୁୟର୍କରେ ଅଗ୍ନିକାଣ୍ଡ: ଭାରତୀୟ ସାମ୍ବାଦିକଙ୍କ ମୃତ୍ୟୁ