ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବଡ଼ଧରଣର ଭୂକମ୍ପ ଝଟକା ଅନୁଭୂତ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୮ ରେକର୍ଡ କରାଯାଇଛି । ମଧ୍ୟାହ୍ନ ୨.୩୦ରେ ଦିଲ୍ଲୀ-ଏନସିଆର ଓ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳର ଲୋକମାନେ ଭୂକମ୍ପ ଝଟକାରେ ଥରିଛନ୍ତି। ଝଟକା ଅନୁଭବ ହେବାରୁ ଭୟରେ ଲୋକମାନେ ଘର ଓ ଅଫିସ ଛାଡ଼ିଖୋଲା ସ୍ଥାନକୁ ଚାଲି ଆସିଥିଲେ। କ୍ଷୟକ୍ଷତି ସମ୍ପର୍କରେ ଏଯାଏ ଜଣାପଡ଼ିନି। ଲୋକମାନେ ଟ୍ୱିଟ ଯୋଗେ ଭୂକମ୍ପ ଝଟକା ଅନୁଭବ କରିଥିବା କଥାକୁ ନିଶ୍ଚିତ କରିଛନ୍ତି। ସେହିପରି କିଛି ଲୋକ ଭିଡିଓ ମଧ୍ୟ ଶେୟାର କରିଛନ୍ତି। ନ୍ୟାଶନାଲ ସେଣ୍ଟର ଫର ସେଇସମୋଲୋଜି ସୂଚନା ଦେଇଛି ଯେ ନେପାଳରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ପ୍ରାୟ ତିରିଶ ସେକେଣ୍ଡ ଯାଏ ଥରିଛି ସମଗ୍ର ଅଂଚଳ| ନେପାଳରେ ସୃଷ୍ଟି ହୋଇଥିବା ଭୂକମ୍ପର ପ୍ରଭାବ ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତର କିଛି ସ୍ଥାନରେ ଅନୁଭବ ହୋଇଛି। ସ୍ଥାନୀୟ ସମୟ ୨.୨୮ରେ ନେପାଳରେ ଭୂକମ୍ପ ସୃଷ୍ଟି ହୋଇଥିଲା। ଚଳିତ ମାସରେ ଦିଲ୍ଲୀ-ଏନସିଆର୍ରେ ତୃତୀୟ ଥର ପାଇଁ ଭୂକମ୍ପ ଝଟକା ଅନୁଭବ ହୋଇଛି।