ନୂଆଦିଲ୍ଲୀ: ନିକଟରେ ହ୍ୱାଟ୍ସଆପ୍ (WhatsApp) ୟୁଜରନେମ୍ ନାମରେ ଏକ ନୂତନ ଫିଚର୍ ଆଣିଛି । ଯେଉଁଥିରେ ଜଣେ ଚାହିଁଲେ ନିଜ ମୋବାଇଲ ନ ଦେଇ ଅନ୍ୟ ଜଣଙ୍କ ସହିତ ଚାର୍ଟିଂ କିମ୍ବା ବାର୍ତ୍ତାଳାପ କରିପାରିବ । ଏଥିରେ ସାଇବର୍ ଅପରାଧ ବଢ଼ିବା ଆଶଙ୍କା କରିଛି କେନ୍ଦ୍ର ମନ୍ତ୍ରାଳୟ । ଏହା ଉପଭୋକ୍ତାଙ୍କ ପାଇଁ କେତେ ସୁରକ୍ଷିତ ତାହାର ଯାଞ୍ଚ କରିବେ ସରକାର ।
ୱାଟ୍ସଆପ୍ ୟୁଜରନେମ ଫିଚରରେ ଉପଭୋକ୍ତାଙ୍କ ଗୋପନୀୟତାକୁ ଧ୍ୟାନରେ ରଖିଛି କମ୍ପାନୀ । ଏଥିରେ କୌଣସି ଗୋପନୀୟତା କ୍ଷୁର୍ଣ୍ଣ ହେବ ନାହିଁ ବୋଲି କମ୍ପାନୀ ଦୃଢ଼ତାର ସହିତ କହିଛି । କିନ୍ତୁ ସରକାର ଏହାର ସୁରକ୍ଷା ନିୟମକୁ କଡ଼ାକଡ଼ିଭାବରେ ଯାଞ୍ଚ କରିବେ । ଏହା ସାଇବର ଅପରାଧ ପାଇଁ କେତେଦୂର ସହାୟକ ହେବ କିମ୍ବା ଉପଭୋକ୍ତାଙ୍କ ଗୋପନୀୟତା ସୁରକ୍ଷିତ ରହିବ ତାହା ଉପରେ ତର୍ଜମା କରାଯିବ । ଯଦି ଯାଞ୍ଚ ସମୟରେ ଗୋପନୀୟତାକୁ ନେଇ କୌଣସି ସମସ୍ୟା ଉତ୍ପନ୍ନ ହୁଏ ତେବେ ୱାଟ୍ସସଆପ୍ ପ୍ରତିଷ୍ଠା କମ୍ପାନୀ ମେଟାକୁ ସରକାର ନୋଟିସ୍ ଜାରି କରିବେ ।
ହ୍ୱାଟ୍ସଆପର ନୂତନ ଫିଚର୍ ଟେଲିଗ୍ରାମ ଭଳି କାମ କରୁଛି । ଏଥିରେ ମୋବାଇଲ ନମ୍ବରର ଆବଶ୍ୟକତା ନାହିଁ । କାହା ସହିତ କଥା ହେବାକୁ ହେଲେ ୟୁଜର୍ ନେମ୍ ଜରିଆରେ କଥା କରିହେବ । ଏହାର ଗୋଟିଏ ଲାଭ ଯିଏ କି ଉପଭୋକ୍ତାଙ୍କ ନମ୍ବର ଆଉ କାହାକୁ ମିଳିପାରିବ ନାହିଁ । ଅଜଣା ଲୋକଙ୍କୁ ନିଜ ନମ୍ବର ଆଉ ଦେବାକୁ ପଡ଼ିବ ନାହିଁ ।
କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି, ଜଣେ ଯଦି ନିଜ ପରିଚୟ ଗୋପନ ରଖି ଅନ୍ୟ ଜଣଙ୍କ ନାଁ ବ୍ୟବହାର କରି କଥା ହୁଏ ତେବେ ତାହା ଅନ୍ୟ ଜଣଙ୍କ ପ୍ରତି ବିପଦ ସୃଷ୍ଟି କରିପାରେ । ଯାହା ଅନଲାଇନ ଠକେଇକୁ ବୃଦ୍ଧି କରିବାର ଯଥେଷ୍ଟ ଆଶଙ୍କା ରହିଛି । ଟେଲିଗ୍ରାମରେ ଅନେକ ଠକେଇର ମାମଲା ରହିଛି । କିଛି ଉପଭୋକ୍ତା ମଧ୍ୟ ଏହି ଫିଚରକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ।