ନୂଆଦିଲ୍ଲୀ: ଭାରତର ପୂର୍ବତନ ବିଚାରପତି ଓ ପୂର୍ବତନ ପ୍ରଶାସନିକ ଅଧିକାରୀ କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରିଛନ୍ତି । ୨୦୦ରୁ ଅଧିକ ସଦସ୍ୟ ବିଶିଷ୍ଟ ଏହି ସମୂହ କଂଗ୍ରେସ ସାଂସଦଙ୍କ ଦ୍ୱାରା ଇସିଆଇଙ୍କ ଉପରେ ଲଗାଯାଉଥିବା ଅଭିଯୋଗ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ରାହୁଲଙ୍କୁ ଏହି ସବୁ ବିଶିଷ୍ଟ ବ୍ୟକ୍ତି ଏକ ଚିଠି ମଧ୍ୟ ଲେଖିଛନ୍ତି ।
ଏଥିରେ ଲେଖା ହୋଇଛି ଯେ, ରାଜନୈତିକ ହତାଶାକୁ ଲୁଚାଇବା ପାଇଁ ସଂସ୍ଥାଗୁଡିକୁ ଟାର୍ଗେଟ୍ କରାଯାଉଛି । ନିର୍ବାଚନ ଆୟୋଗ ବିଜେପି ସହ ମିଶି କାମ କରୁଥିବା କଂଗ୍ରେସ ବାରମ୍ବାର ଆରୋପ ଲଗାଇ ଆସିଛି ।
ଚିଠିରେ ଏହା ମଧ୍ୟ ଲେଖା ହୋଇଛି ଯେ, ଆମେ ସମାଜର ବରିଷ୍ଠ ନାଗରିକ ଏବଂ ଏହି କଥାକୁ ନେଇ ଆମେ ଚିନ୍ତା ପ୍ରକଟ କରୁଛୁ ଯେ, ଭାରତର ଗଣତନ୍ତ୍ର ଉପରେ ହମଲା କରାଯାଉଛି । ଏହି ହମଲା ବଳରେ ନୁହେଁ ବରଂ ଭାରତର ସଂସ୍ଥା ଉପରେ ଘୃଣ୍ୟ ବୟାନବାଜି କରାଯାଇ କରାଯାଉଛି । କିଛି ରାଜନେତା କୌଣସି ବାସ୍ତବିକ ନୀତି ବିକଳ୍ପ ଉପସ୍ଥାପନ ନ କରି କେବଳ ନିଜର ରାଜନୈତିକ ନାଟକବାଜି ପାଇଁ ଭିତ୍ତିହୀନ ଅଭିଯୋଗ ଲଗାଉଛନ୍ତି ।
୨୭୨ ଜଣ ଏହି ଚିଠିରେ ଦସ୍ତଖତ କରିଛନ୍ତି । ଏଥିରେ ୧୬ ଅବସରପ୍ରାପ୍ତ ଜଜ, ୧୨୩ ପୂର୍ବତନ ପ୍ରଶାସନିକ ଅଧିକାରୀ, ୧୩୩ ଅବସର ପ୍ରାପ୍ତ ସୈନ୍ୟ ଅଧିକାରୀ ଓ ୧୪ ପୂର୍ବତନ ରାଷ୍ଟ୍ରଦୂତ ସାମିଲ ।
Also read: ବିହାରରେ ଅପରର୍ତ୍ତିତ ରହିଲେ ନେତା: ନୀତୀଶଙ୍କ ନାମରେ ମୋହର ମାରିଲା ଜେଡିୟୁ, ସମ୍ରାଟ ଓ ବିଜୟ ସିହ୍ନାଙ୍କୁ ବାଛିଲା ବିଜେପି