ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ହୋଇଥିବା କାର ବିସ୍ଫୋରଣ ଘଟଣାର ତଦନ୍ତ ଜୋରସୋରରେ ଚାଲିଛି । ଏହି ଘଟଣା ପରେ ବହୁ ସଂଖ୍ୟାରେ ସନ୍ଦିଗ୍ଧଙ୍କ ଗିରଫଦାରୀ ଚାଲିଛି । ଏବେ ମିଳିଥିବା ସଦ୍ୟତମ ସୂତ୍ର ଅନୁଯାୟୀ, ପାକିସ୍ତାନ ପୃଷ୍ଠପୋଷିତ ଆତଙ୍କୀ ସଂଗଠନ ଜୈଶ ଏ ମହମ୍ମଦ ଭାରତ ବିରୋଧରେ ଆତ୍ମଘାତୀ ହମଲା କରାଇବା ପାଇଁ ପ୍ରସ୍ତୁତିରେ ଜୁଟି ଯାଇଛି । ଏଥିପାଇଁ ଯେତେ ଶୀଘ୍ର ସମ୍ଭବ ଫଣ୍ଡ ଯୋଗାଡରେ ଜୁଟି ଯାଇଛି ଆତଙ୍କୀ ସଂଗଠନ । ଡିଜିଟାଲ୍ ତଦନ୍ତରୁ ଏହି ଫଣ୍ଡିଂର ଖୁଲାସା ହୋଇଛି ।
ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା କାର ବିସ୍ଫୋରଣର ଯାଞ୍ଚ କରୁଥିବା ଏଜେନ୍ସିକୁ ବଡ ସୁରାଗ ମିଳିଛି । ମିଳିଥିବା ସୂଚନା ଅନୁସାରେ, ଜୈଶ ଏ ମହମ୍ମଦ ଭାରତ ବିରୋଧରେ ଆତ୍ମଘାତୀ ହମଲକାରୀ ଟିମ୍ ପ୍ରସ୍ତୁତି କରୁଛି । ଏଥିପାଇଁ ଜୋରସୋରରେ ଫଣ୍ଡ ଯୋଗାଡ ଚାଲିଛି । ଡିଜିଟାଲ୍ ତଦନ୍ତୁ ଏହି ପ୍ରମାଣ ଏଜେନ୍ସିଙ୍କ ହାତରେ ଲାଗିଛି । ଡିଜିଟାଲ୍ ଆପ ... ପରି ଇ- ୱାଲେଟ୍ ଜରିଆରେ ଫଣ୍ଡ ଯୋଗାଡ କରାଯାଉଛି । କାରଣ ଡିଜିଟାଲ୍ ପେମେଣ୍ଟ କାମକୁ ସହଜ କରିଥାଏ ।
ଉଲ୍ଲେଖନୀୟ ଆତଙ୍କୀ ସଂଗଠନ ଜୈଶ ଏ ମହମ୍ମଦର ପ୍ରମୁଖ ମୌଲାନା ମସୁଦ ଆଝାର । ସେ ଭାରତରେ ଅନେକ ଆତଙ୍କୀ ଆକ୍ରମଣ ଘଟାଇ ସାରିଛି । ଅପରେସନ ସିନ୍ଦୂର ସମୟରେ ଜୈଶର ଆଡ୍ଡା ଉପରେ ଭାରତୀୟ ସେନା ହମଲା କରି ଧ୍ୱଂସ କରିଥିଲା । ଏପରିକି ଜୈଶ ଭାରତ ବିରୋଧରେ ଏକ ମହିଳା ଟିମ୍ ପ୍ରସ୍ତୁତ କରୁଛି ।
Also read: SIRକୁ ନେଇ ଏମିତି ଭୟ, ପଶ୍ଚିମବଙ୍ଗ ଛାଡି ଫେରାର ହେଲେ ୫୦୦ ବାଂଲାଦେଶୀ