‘ଡିଜିଟାଲ ଆରେଷ୍ଟ’ ଫାସରେ ପଡୁଛନ୍ତି ବଡ଼ବଡ଼ିଆ ଲୋକ । ସାଇବର୍ ଠକାମିର ନୂଆ ତରିକା ପାଲଟିଯାଇଛି ‘ଡିଜିଟାଲ ଆରେଷ୍ଟ’ । ଏଥର ନୂଆ ନୂଆ ଉପାୟରେ ସାଧାରଣ ଲୋକଙ୍କ ଠାରୁ ଠକୁଛନ୍ତି ସାଇବର ଲୁଟେରା । ନିଜକୁ ସିବିଆଇ, ଇଡି ଏବଂ ଆଇବି ଅଫିସର୍ ବୋଲି ପରିଚୟ ଦେଇ ଅନ୍ଲାଇନ୍ ମାଧ୍ୟମରେ ‘ଡିଜିଟାଲ ଆରେଷ୍ଟ’ କରୁଛନ୍ତି ସାଇବର ଲୁଟେରା । ଏପରିକି ଭିଡିଓ କଲ୍ ମାଧ୍ୟମରେ ଜେରା କରୁଛନ୍ତି। ଗିରଫ କରିବା ଭୟ ଦେଖାଇ ଆକାଉଣ୍ଟର ସମସ୍ତ ତଥ୍ୟ ନେଇ ଆକାଉଣ୍ଟକୁ କଳାକନା ବୁଲାଇ ଦେଉଛନ୍ତି ।
ସୂଚନା ଅନୁଯାୟୀ ବିଗତ ୨ ମାସ ଭିତରେ ଏହି ଉପାୟରେ ବିଭିନ୍ନ ଲୋକଙ୍କଠାରୁ ପାଖାପାଖି ୫ କୋଟିରୁ ଅଧିକ ଟଙ୍କା ଠକେଇ ହୋଇଛି । ଯାହାକୁ ନେଇ ଚିନ୍ତାରେ ପଡିଛି ଓଡ଼ିଶା ପୁଲିସ୍ । ନିକଟରେ ଦିଲ୍ଲୀରୁ ଗିରଫ ହୋଇଥିବା ନାଇଜେରୀୟ ଠକଙ୍କୁ ପଚରାଉଚରା ପରେ ଏହି ତଥ୍ୟ ପଦାକୁ ଆସିଛି। ଯାହାକୁ ନେଇ ଚର୍ଚ୍ଚା ଚାଲିଛି । ଵିଶେଷ କରି ବଡବଡିଆଂକୁ ଟାର୍ଗେଟ କରୁଛନ୍ତି ସାଇବର ଲୁଟେରା । ତେଣୁ ଏହିସବୁରୁ ରୋକିବା ପାଇଁ ପୋଲିସ ଜନସାଧାରଣଙ୍କୁ ସତର୍କ ପକ୍ଷରୁ ସତର୍କ କରାଯାଉଛି ।