ଚଣ୍ଡିଗଡ଼, ଜାନୁଆରୀ ୧(ଖବର ଓଡ଼ିଶା): ବର୍ଷ ଆରମ୍ଭରେ ଅଘଟଣ । ହରିୟାଣା ମାଇନିଂ ଜୋନ୍ ରେ ବଡ଼ ଧରଣର ପାହାଡ ସ୍ଖଳନ । ପାହାଡ ଭୁଶୁଡିବା ଦ୍ୱାରା ମାଇନିଂ ଜୋନ୍ରେ କାର୍ଯ୍ୟରତ ୧୫ ରୁ ୨୦ ଶ୍ରମିକ ନିଖୋଜ ରହିଛନ୍ତି । ଅନେକ ଶ୍ରମିକ ଗୁରୁତର ଭାବରେ ଆହାତ ମଧ୍ୟ ହୋଇଛନ୍ତି ।
ତେବେ ଏହି ଦୂର୍ଘଟଣାରେ ଏକାଧିକ ଗାଡି ପୋତି ହୋଇଥିବା ମଧ୍ୟ ସୂଚନା ମିଳିଛି । ଅନ୍ୟପଟେ ପାହାଡ ହଠାତ୍ ଏଭଳି ଧସି ଯିବାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ ।
ବତ୍ତର୍ମାନ ବି ଏହି ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏୟାବତ୍ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।
ବରିଷ୍ଟ ପୋଲିସ୍ ଅଧିକାରୀ ପହଞ୍ଚି ଏବେ ମାମଲାର ଛାନ୍ଭିନ୍ ଆରମ୍ଭ କରିଛନ୍ତି ।
