ଲ୍ୟାଣ୍ଡ ଫର୍ ଜବ୍ ଦୁର୍ନୀତି ମାମଲା: ଲାଲୁଙ୍କ ପରିବାରକୁ ବଡ ଆଶ୍ୱସ୍ତି
Khabar Odisha:Land-for-job-scam-Delhi-court-grants-bail-to-Lalu-family
ଖବର ଓଡିଶା : 15/03/2023

 ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପରିବାରକୁ ମିଳିଲା ବଡ଼ ଆଶ୍ୱସ୍ତି। ଜମି ବଦଳରେ ଚାକିରି ଦେବା ଦୁର୍ନୀତି ମାମଲାରେ ତାଙ୍କୁ ଓ ତାଙ୍କ ପରିବାରକୁ ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଆଜି ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବରୀ ଦେବୀ ଓ ଝିଅ ମିସା ଭାରତୀ ଦିଲ୍ଲୀ ରାଉସ ଏଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ। ତେବେ ଏହି ତିନି ଜଣଙ୍କୁ ୫୦ ହଜାର ଟଙ୍କା ମୁଜଳିକାରେ ଜାମିନ ପ୍ରଦାନ କରିଛନ୍ତି କୋର୍ଟ। ଆସନ୍ତା ମାର୍ଚ୍ଚ ୨୯ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଲ୍ୟାଣ୍ଡ ଫର ଜବ୍ ସ୍କାମ୍ ମାମଲା ୧୪ ବର୍ଷ ତଳର ଅଟେ । ୨୦୦୯ରୁ ୧୪ ମଧ୍ୟରେ ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିବା ସମୟରେ ଲ୍ୟାଣ୍ଡ ଫର ଜବ ସ୍କାମ ମାମଲା ଉଠିଥିଲା । ୨୦୨୨ରେ ସିବିଆଇର ଏଟ୍ରିଂ ହେବା ପରେ ଜଣଙ୍କ ପରେ ଜଣେ ଆରଜେଡି ନେତା ଓ ଲାଲୁ ଯାଦବଙ୍କ ସମ୍ପର୍କୀୟଙ୍କ ନାଁ ମାମଲା ଭିତରୁ ଟାଣି ହୋଇଥିଲା । ଗତବର୍ଷ ମେ 18 ତାରିଖରେ ଚାକିରି ପାଇଁ ଜମି ଦୁର୍ନୀତି ମାମଲା ରୁଜୁ ହେବା ସହ ଯାଞ୍ଚ ଆରମ୍ଭ ହୋଇଥିଲା । ମାମଲାର ଯାଞ୍ଚ କରିବା ସହ ସିବିଆଇ ପ୍ରଥମ ଚାର୍ଜସିଟ ମଧ୍ୟ ଦାଖଲ କରିସାରିଛି । ଦେଶର ବିଭିନ୍ନ ରେଳ ଜୋନରେ ଗ୍ରୁପ-ଡି ପଦରେ ଚାକିରି ଦେବା ବଦଳରେ ଲାଲୁଙ୍କ ପରିବାର ଲୋକଙ୍କଠାରୁ ଜମି  ଓ ଫ୍ଲାଟ ହାତେଇ ନେଇଥିବା ଅଭିଯୋଗ ହୋଇଥିଲା । କିଛିଦିନ ପୂର୍ବରୁ ମାମଲାକୁ ନେଇ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ଓ ଲାଲୁ ପ୍ରସାଦ ଯାଦବଙ୍କ ଘରେ ସିିବିଆଇ ଚଢ଼ାଉ କରିବା ସହ ଉଭୟଙ୍କୁ ଜେରା କରିଥିଲା । ଯାହାକୁ ନେଇ ତାତିଥିଲେ ଆରଜେଡି କର୍ମୀ ।

Subscribe

National International State Sports Entertainment