୨୦୨୩ ବର୍ଷ ପାଇଁ ଜ୍ଞାନପୀଠ ପୁରସ୍କାର ଘୋଷଣା କରାଯାଇଛି। ଭାରତରେ ସାହିତ୍ୟ ପାଇଁ ଦିଆଯାଉଥିବା ସର୍ବୋଚ୍ଚ ପୁରସ୍କାର ହେଉଛି ଜ୍ଞାନପୀଠ ପୁରସ୍କାର। ତେବେ ଚଳିତ ବର୍ଷ ସଂସ୍କୃତର ବିଦ୍ବାନ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ ଏବଂ ଉର୍ଦୁର ପ୍ରସିଦ୍ଧ ଗୀତିକାର ଏବଂ କବି ଗୁଲଜାରଙ୍କୁ ଜ୍ଞାନପୀଠ ପୁରସ୍କାର ଦିଆଯିବ।୫୮ତମ ଜ୍ଞାନପୀଠ ପୁରସ୍କାର କମିଟି ଦ୍ବାରା ଉଭୟ ମନୋନୀତ ହୋଇଥିବା ଚୟନ କମିଟି ଶନିବାର ଘୋଷଣା କରିଛି। ଜ୍ଞାନପୀଠ ଚୟନ କମିଟି ଜାରି କରିଥିବା ବୟାନରେ କୁହାଯାଇଛି, ୨୦୨୩ ବର୍ଷ ପାଇଁ ଦୁଇଟି ଭାଷାର ଦୁଇ ଜଣ ପ୍ରସିଦ୍ଧ ଲେଖକଙ୍କୁ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆ ଯାଇଛି। ଜଗଦଗୁରୁ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ସଂସ୍କୃତ ପାଇଁ ଏବଂ ଗୁଲଜାରଙ୍କୁ ଉର୍ଦ୍ଦୁ ପାଇଁ ସମ୍ମାନିତ କରାଯିବ। ସ୍ୱାମୀ ରାମଭଦ୍ରାଚାର୍ଯ୍ୟ ଜଣେ ସାଧୁ ତଥା କାହାଣୀକାର ଥିବାବେଳେ ଗୁଲଜାର ଭାରତର ଜଣେ ପ୍ରସିଦ୍ଧ ଗୀତିକାର ଅଟନ୍ତି।
ଗୁଲଜାର ହିନ୍ଦୀ ସିନେମାରେ ଜଣେ ଖ୍ୟାତି ସମ୍ପନ୍ନ ଗିତିକାର ଭାବେ ବେଶ ଜଣାଶୁଣା ଏବଂ ଏହି ଯୁଗର ସର୍ବୋତ୍ତମ ଉର୍ଦ୍ଦୁ କବି ଭାବରେ ପରିଗଣିତ। ସେ ଏହାପୂର୍ବରୁ ୨୦୦୨ରେ ଉର୍ଦ୍ଦୁ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୩ରେ ଦାଦାସାହେବ ଫାଲକେ ପୁରସ୍କାର, ୨୦୦୪ ରେ ପଦ୍ମ ଭୂଷଣ ଏବଂ ତାଙ୍କର ସୃଜନଶିଳତା ସୃଷ୍ଟି ପାଇଁ ଅତି କମରେ ପାଞ୍ଚଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି। ସେ ୫ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ବେଳେ ୨୨ଟି ଫିଲ୍ମ ଫେୟାର ଆୱାର୍ଡ ପାଇଛନ୍ତି। ୨୦୦୪ରେ ତାଙ୍କୁ ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ କରାଯାଇଥିଲା।
ଜନ୍ମର ଦୁଇ ମାସ ପରେ ଆଖି ହରାଇଥିବା ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ଜଣେ ଉତ୍କୃଷ୍ଟ ଶିକ୍ଷକ ତଥା ସଂସ୍କୃତ ଭାଷାର ପଣ୍ଡିତ ଥିଲେ। ସ୍ୱାମୀଜୀ ଚିତ୍ରକୂଟରେ ତୁଳସୀ ପୀଠର ସଂସ୍ଥାପକ ତଥା ମୁଖ୍ୟ ରହିଆସିଛନ୍ତି। ତାଙ୍କର ଯେତିକି ଜ୍ଞାନ ରହିଛି ସେ ସବୁ କେବଳ ଶୁଣି ଶୁଣି ହାସଲ କରିଛନ୍ତି। ଅନେକ ଭାଷାରେ ଜଣାଶୁଣା ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ୧୦୦ରୁ ଅଧିକ ପୁସ୍ତକ ଲେଖିଛନ୍ତି। ବାବର ମସଜିଦ ଓ ରାମମନ୍ଦିର ବିବାଦରେ ମଧ୍ୟ ତାଙ୍କ ଭୁମିକା ବେଶ ଗୁରୁତ୍ତ୍ୱପୂର୍ଣ୍ଣ ରହି ଆସିଥିଲା। ସେ କୋର୍ଟରେ ଅନେକ ବଳିଷ୍ଠ ଯୁକ୍ତି କରିଥିଲେ। ତାଙ୍କର ୨୨ ଟି ଭାଷା ବିଷୟରେ ଜ୍ଞାନ ଥିବା ବେଳେ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ମଧ୍ୟ ପଦ୍ମଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଛି।
ଅଧିକ ପଢନ୍ତୁ: ସପ୍ତାହେ ଯାଏଁ ଶୁଖିଲା ପାଗ, ଆଗାମୀ ୨ ଦିନ ଘନ କୁହୁଡ଼ି