ଜାନୁଆରୀ ୩୧ରେ ପରିବର୍ତ୍ତନ ନିର୍ଦ୍ଦେଶାଳୟ ହେମନ୍ତ ସୋରେନଙ୍କୁ ଏକ ଜମି ଦୁର୍ନୀତି ମାମଲାରେ ଗିରଫ କରିଥିଲା । ଇଡି ଅଧିକାରୀମାନେ ରାଞ୍ଚିରେ ଥିବା ତାଙ୍କ ସରକାରୀ ବାସଭବନରୁ ତାଙ୍କୁ ଗିରଫ କରିଥିଲେ । ଏହାପରେ ହେମନ୍ତ ସୋରେନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ, ରାଜ୍ୟପାଳ ସି ପି ରାଧାକ୍ରିଷ୍ଣନ୍ ମଧ୍ୟ ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି।
ହେମନ୍ତ ସୋରେନଙ୍କ ଇସ୍ତଫା ପରେ ଦଳର ବରିଷ୍ଠ ନେତା ତଥା ପରିବହନ ମନ୍ତ୍ରୀ ଚମ୍ପଇ ସୋରେନଙ୍କୁ ନୂତନ ମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ କରିଛନ୍ତି ଜେଏମ୍ଏମ୍ ଦଳର ବିଧାୟକ ମାନେ । ଚମ୍ପଇ ସୋରେନ ୧୯୯୦ ଦଶକରେ ଶିବୁ ସୋରେନଙ୍କ ସହ ଝାଡ଼ଖଣ୍ଡ ରାଜ୍ୟ ଗଠନ ପାଇଁ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ସେ ଝାଡ଼ଖଣ୍ଡର ଷଢେ଼ଇକଳା ଅଞ୍ଚଳରୁ ନିର୍ବାଚିତ ନେତା ଅଟନ୍ତି । ୪୭ ଜଣ ବିଧାୟକଙ୍କ ସମର୍ଥନରେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ସମର୍ଥନ ପତ୍ର ଦାଖଲ କରିଛନ୍ତି ଚମ୍ପଇ ସୋରେନ । ତବେ ପୂର୍ବରୁ ହେମନ୍ତ ସୋରେନ୍ଙ୍କ ସ୍ତ୍ରୀ କଳ୍ପନା ସୋରେନ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଥିଲା କିନ୍ତୁ ଆଜି ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି।
ଚମ୍ପଇ ସୋରେନ କହିଛନ୍ତି ହେମନ୍ତଜୀ ଇସ୍ତଫା ଦେଇଛନ୍ତି ଏବଂ ସରକାର ଗଠନ ଦାବିରେ ୪୩ ଜଣ ବିଧାୟକଙ୍କ ସମର୍ଥନ ପତ୍ର ଆମେ ରାଜ୍ୟପାଳଙ୍କ ନିକଟରେ ଦାଖଲ କରିଛୁ । ବର୍ତ୍ତମାନ ଆମର ୪ ଜଣ ବିଧାୟକ ଡାକ୍ତରଖାନାରେ ଚିକତ୍ସାଧୀନ ଥିବାରୁ ଆମେ ୪୩ ଜଣ ବିଧାୟକଙ୍କ ଦସ୍ତଖତ ସହିତ ଏହି ଚିଠି ଦାଖଲ କରିଛୁ କିନ୍ତୁ ଆମର ୪୭ ଜଣ ବିଧାୟକଙ୍କ ସମର୍ଥନ ଅଛି ।
ଅଧିକ ପଢନ୍ତୁ : ଆଜି ହେଉଛି ଭାରତୀୟ କୋଷ୍ଟଗାର୍ଡ ଦିବସ