ପୁରୁଖା ନେତାଙ୍କୁ ହରାଇଲେ ଜଣେ ସାଧାରଣ ଶ୍ରମିକ ।କଥାରେ ଅଛି , ଭାଗ୍ୟରେ ରାଜ ଯୋଗ ଥିଲେ ଜଣେ ରାଜା ହୁଏ ।କିନ୍ତୁ ଏବେ ତ’ ରାଜାଙ୍କ ବଦଳରେ ବିଧାୟକ, ସାଂସଦ ଆଦି ନିର୍ବାଚିତ ହେଉଛନ୍ତି । କେବଳ ଯେ, ଜନତାଙ୍କ ସମର୍ଥନ ବା ଟଙ୍କା ଥିଲେ ଜଣେ ଜନନେତା ହୋଇପାରିବ ତାହାକୁ ଭୁଲ ପ୍ରମାଣିତ କରିଛନ୍ତି ଏକ ସାଧାରଣ ଶ୍ରମିକ । ରାଜ ଯୋଗ ଥିଲେ ସମସ୍ତ ବାଧା ବିଘ୍ନ ଦୂର ହୋଇ ଆସନ ମିଳେ ବୋଲି ବିଶ୍ୱାସ ରହିଛି । ସେହି ବିଶ୍ୱାସ ଏବେ ସତ ହୋଇଛି । ପଡ଼ୋଶୀ ଛତିଶଗଡ଼ରେ ଏମିତି ଏକ ଘଟଣା ଘଟିଛି ଯାହା ପାଇଁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । କଂଗ୍ରେସ ଟିକେଟରେ ୭-୭ଥର ବିଧାୟକ ନିର୍ବାଚିତ ହୋଇଥିବା ପୂର୍ବତନ ମନ୍ତ୍ରୀଙ୍କୁ ନିର୍ବାଚନରେ ପରାସ୍ତ କରିଛନ୍ତି ଜଣେ ଶ୍ରମିକ ।
କାହାର ବିଶ୍ୱାସନଥିଲା ଯେ ଯିଏ ପୁଅର ହତ୍ୟା ପରେ ଫଟୋ ଧରି ନ୍ୟାୟ ଭିକ୍ଷା କରୁଥିଲେ ଏବଂ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବୁଲି ବୁଲି ଦାବି କରୁଥିଲେ ସେ ଦିନେ ବିଧାୟକ ନିର୍ବାଚନରେ ନିର୍ବାଚିତ ହୋଇଯିବେ ।୭-୭ଥର ବିଧାୟକ ନିର୍ବାଚିତ ହୋଇଥିବା କଂଗ୍ରେସର ଜଣେ ପୁରୁଖା ନେତାଙ୍କୁ ପରାଜିତ କରିଥିବା ଏହି ଭଦ୍ରବ୍ୟକ୍ତି ଜଣକ ପରିବାର ପୋଷିବା ପାଇଁ ଶ୍ରମିକ ଭାବେ କାମ କରୁଥିଲେ ।
୨୨ ବର୍ଷର ବଢ଼ିଲା ପୁଅକୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ଅସହାୟ ହୋଇ ଯାଇଥିଲେ ବ୍ୟକ୍ତି ଜଣକ । ହିଂସାରେ ପୁଅର ହତ୍ୟା ପରେ ପୁଅର ଫଟୋ ଧରି ବୁଲି ବୁଲି ନ୍ୟାୟ ମାଗୁଥିଲେ । ହେଲେ ସବୁଆଡୁ ନିରାଶ ହେବା ପରେ ନିର୍ବାଚନ ଲଢ଼ିବାକୁ ନିଷ୍ପତି ନେଇଥିଲେ ଈଶ୍ୱର। ଜଣେ ସାଧାରଣ ଶ୍ରମିକ ହୋଇ ଛତିଶଗଡ଼ ସାଜା ବିଧାନସଭା ଆସନ ଜିତିବା ଟଙ୍କା ପାଇଁ ଏକ ସଂଘର୍ଷ ଥିଲା। ଛତିଶଗଡ଼ ସାଜା ବିଧାନସଭା ଆସନ ୧ ଲକ୍ଷରୁ ଅଧିକ ଭୋଟ୍ ପାଇ ବିଜୟୀ ହୋଇଥିବା ଇଶ୍ୱର ସାହୁଙ୍କ କାହାଣୀ ବେଶ୍ ଦୁଃଖ ଦାୟକ ଥିଲା । ଇଶ୍ବର ସାହୁଙ୍କ ବିଜୟ ପାଇଁ ସାଜା ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଗୃହମନ୍ତ୍ରୀ ଅମିତ ଶାହା ପ୍ରଚାର କରିଥିଲେ । ସେତେବେଳେ ଶାହା କହିଥିଲେ ଯେ ଇଶ୍ବର ସାହୁ ଜଣେ ଆଶାୟୀ ନୁହେଁ ବରଂ ନ୍ୟାୟ ଲଢେଇର ପ୍ରତୀକ । ତାଙ୍କର ଏହି ବିଜୟ ପାଇଁ ସମସ୍ତେ ପ୍ରଶଂସା କରୁଛନ୍ତି ।
ଅଧିକ ପଢନ୍ତୁ :ଫୁଟିଲା ପଦ୍ମ ବାଜି ମାରିଲା ବିଜେପି