ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ପୁଣି ମିଳିଲା ଧମକ, ୩ ଘଣ୍ଟା ମଧ୍ୟରେ ଘଟିପାରେ କିଛି ଅଘଟଣ! ନୁଆଦିଲ୍ଲୀ, ଅଗଷ୍ଟ 15(ଖବର ଓଡ଼ିଶା): Share story: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାରକୁ ଦିଆଯାଇଛି ଧମକ । ୮ ଥର ଏହି କଲ କରି କିଛି ଘଣ୍ଟା ମଧ୍ୟରେ ଏକ ବଡ଼ ଘଟଣା ଘଟିବାକୁ ଯାଉଥିବା ଜଣାଇଛନ୍ତି । ବର୍ତ୍ତମାନ ଏହି ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୋଲିସ ମଧ୍ୟ ସତର୍କ ହୋଇପଡିଛି। ରିପୋର୍ଟ ଅନୁଯାୟୀ ଅମ୍ବାନୀ ଏବଂ ତାଙ୍କ ପରିବାରକୁ ଜଣେ ଅଜଣା କଲ୍ ଦ୍ୱାରା ଧମକ ଦିଆଯାଇଛି। ରିଲାଏନ୍ସ ଫାଉଣ୍ଡେସନର ଡାକ୍ତରଖାନାକୁ ଏହି ଫୋନ୍ କଲ ଆସିଥିବା ସୂଚନା ମିଳିଛି। ଗୋଟିଏ ଦିନରେ ୮ ଥର ଏହି କଲ କରାଯାଇଥିବା ଜଣାଯାଇଛି। ଖବର ଅନୁଯାୟୀ, କଲ୍ କରୁଥିବା ବ୍ୟକ୍ତି ଅମ୍ବାନୀ ପରିବାରକୁ କହିଛନ୍ତି ଯେ ତିନି ଘଣ୍ଟା ମଧ୍ୟରେ କିଛି ବଡ ଘଟଣା ଘଟିବ। ବର୍ତ୍ତମାନ ଡାକ୍ତରଖାନା ପରିଚାଳନା ପୋଲିସକୁ ସୂଚନା ଦେଇଛି। ଅଭିଯୋଗ ଆସିବା ମାତ୍ରେ ପୋଲିସ ମଧ୍ୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। କଲ୍ କରୁଥିବା ବ୍ୟକ୍ତିଙ୍କୁ ଖୋଜିବା ପାଇଁ ପ୍ରୟାସ ଚାଲିଛି । ଡାକ୍ତରଖାନାର ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି । ଖବର ଓଡ଼ିଶା, Reporter, 15/08/2022