ନୂଆଦିଲ୍ଲୀ: ଛଅ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ଅଟକି ରହିବା ପରେ କେନ୍ଦ୍ର ସରକାର ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ମଝଗାଓଁ ଡକୟାର୍ଡ୍ସ ଲିମିଟେଡ(ଏମଡିଏଲ)କୁ ପ୍ରଜେକ୍ଟ ୭୫ ଇଣ୍ଡିଆ ଆଧାରରେ ଛଅ ବୁଡାଜାହାଜ ନିର୍ମାଣ ପାଇଁ ଜର୍ମାନ ସହଯୋଗୀଙ୍କ ସହ ଆଲୋଚନା ଆରମ୍ଭ କରିବାକୁ ମଞ୍ଜୁରୀ ଦେଇଛନ୍ତି । ଏହି ବୁଡା ଜାହାଜ ଭାରତରେ ନିର୍ମାଣ କରାଯିବ ଏବଂ ଏଥିରେ ଇଣ୍ଡିପେଡେଣ୍ଟ ପ୍ରୋପଲସନ(ଏଆଇପି) ସିଷ୍ଟମ ରହିବ । ଏହି ମହତ୍ୱାକାଂକ୍ଷୀ ବୁଡାଜାହାଜ ପାଇଁ ଆନୁମାନିକ ବଜେଟ୍ ୭୦ ହଜାର କୋଟି ଟଙ୍କା ।
ପ୍ରତିରକ୍ଷା ମନ୍ତ୍ରଣାଳୟ ଜାନୁଆୀରେ ସରକାରୀ ସ୍ୱାମିତ୍ୱରେ ଥିବା ଏମଡିଏଲକୁ ଜର୍ମାନ କମ୍ପାନି ଥାୟସନକ୍ରୁପ ମରିନ ସିଷ୍ଟମ ସହ ଭାଗିଦାରୀରେ ନିର୍ମାଣ କରିବା ପାଇଁ ଚୟନ କରାଯାଇଥିଲା । ପ୍ରତିରକ୍ଷା ଅଧିକାରୀ କହିଛନ୍ତି, କେନ୍ଦ୍ର ସରକାର ଏବେ ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ଏମଡିଏଲକୁ ଏହି ପ୍ରକଳ୍ପ ପାଇଁ ଆଲୋଚନା ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି । ଏହି ପ୍ରକ୍ରିୟା ଚଳିତ ମାସ ଶେଷ ସୁଦ୍ଧା ଆରମ୍ଭ ହୋଇପାରେ ।
ଏହି ନିର୍ଣ୍ଣୟ ଏକ ଉଚ୍ଚସ୍ତରୀୟ ବୈଠକ ପରେ ନିଆଯାଇଛି । ଯେଉଁଥିରେ ଶୀର୍ଷ ପ୍ରତିରକ୍ଷା ଏବଂ ରାଷ୍ଟ୍ରୀୟ ସୁରକ୍ଷା ଅଧିକାରୀ ଦେଶର ବୁଡାଜାହାଜର ଭବିଷ୍ୟତ ରଣନୀତି ଏବଂ ରୋଡମ୍ୟାପ ଉପରେ ଆଲୋଚନା କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ଭାରତୀୟ ନୌସେନା ଆଶା ରଖିଛନ୍ତି ଯେ, ଆଗାମୀ ଛଅ ମାସରେ କଣ୍ଟ୍ରାକ୍ଟ ପାଇଁ ଆଲୋଚନା ପୂରା ହୋଇଯିବ । ଏହି ପ୍ରକଳ୍ପର ଉଦ୍ଦେଶ୍ୟ ପ୍ରତିରକ୍ଷା ମନ୍ତ୍ରଣାଳୟର ଲକ୍ଷ୍ୟ ଦେଶରେ ପାରମ୍ପରିକ ବୁଡାଜାହାଜର ଡିଜାଇନ ଏବଂ ନିର୍ମାଣର ସ୍ୱଦେଶୀ କ୍ଷମତା ବିକଶିତ କରିବା ।
ସରକାର ବୁଡାଜାହାଜ ନିର୍ମାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପ୍ରକ୍ରିୟା ଉପରେ ବିଚାର କରୁଛନ୍ତି । ଭାରତୀୟ ନୌସେନା ପ୍ରୋଜେକ୍ଟ ୭୫ ଇଣ୍ଡିଆ ଆଧାରରେ ଛଅ ବୁଡାଜାହାଜ ସ୍ତରୀୟ ବୁଡାଜାହାଜ କିଣିବାକୁ ଚାହାନ୍ତି, ଯିଏ ତିନି ସପ୍ତାହ ପର୍ଯ୍ୟନ୍ତ ପାଣି ଭିତରେ ରହିବାକୁ ସକ୍ଷମ । ଜର୍ମାନ ଏଆଇପି ପ୍ରଯୁକ୍ତିବିଦ୍ୟା ଏହି ବୁଡାଜାହକୁ କ୍ଷମତା ପ୍ରଦାନ କରିବ ।
Also read: ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା- ବର୍ଷ ଶେଷ ସୁଦ୍ଧା ବଜାରକୁ ଆସିବ ମେଡ୍ ଇନ ଇଣ୍ଡିଆ ସେମି କଣ୍ଡକ୍ଟର ଚିପ୍