କିଛି ବର୍ଷ ମଧ୍ୟରେ ଭାରତ ୩୦ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବାକୁ ଯାଉଛି। ସ୍ୱାଧୀନତାର ୧୦୦ ତମ ବର୍ଷରେ ପହଞ୍ଚିବା ବେଳକୁ ଭାରତ ୩୦ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ ବୋଲି ବ୍ୟକ୍ତ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍ ଜୟଶଙ୍କର।
ଦିଲ୍ଲୀଠାରେ ଅନୁଷ୍ଠିତ ସିଆଇଆଇ-ଭାରତ ୟୁରୋପ ବିଜନେସ୍ ଆଣ୍ଡ ସଷ୍ଟେନେବିଲିଟି କନକ୍ଲେଭରେ ଯୋଗଦେଇ ଡଃ ଜୟଶଙ୍କର କହିଛନ୍ତି ଯେ, "ଭାରତର ଜିଡିପି ପ୍ରାୟ ୩.୭୫ ଟ୍ରିଲିୟନ ଡଲାର ରହିଛି ଯାହା ଦଶନ୍ଧି ଶେଷ ସୁଦ୍ଧା ୭.୩ ଟ୍ରିଲିୟନ ଡଲାର ହେବ। ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଭାରତ କ୍ରମଶଃ ଗୁରୁତ୍ୱପୂର୍ଣ୍ଣ ଅର୍ଥନୀତି ହେବାକୁ ଯାଉଛି, ଯାହା ଚଳିତ ଦଶନ୍ଧି ଶେଷ ସୁଦ୍ଧା ତୃତୀୟ ବୃହତ୍ତମ ଏବଂ ୨୦୭୫ ସୁଦ୍ଧା ଦ୍ୱିତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି।"
ଏହି କନକ୍ଳେଭରେ ଭାରତ-ୟୁରୋପୀୟ ସଂଘ ବାଣିଜ୍ୟ ସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ବାଣିଜ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଏକ ସକାରାତ୍ମକ ଢାଞ୍ଚାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ୨୦୨୨ରେ ସାମଗ୍ରୀ କ୍ଷେତ୍ରରେ ବାଣିଜ୍ୟ ପ୍ରାୟ ୧୨୦ ବିଲିୟନ ୟୁରୋ ଥିଲା ବୋଲି ସେ ଦର୍ଶାଇଥିବା ବେଳେ ସେବା ବାଣିଜ୍ୟ ପ୍ରାୟ ୩୦ ପ୍ରତିଶତ ହାରରେ ବହୁତ ଦୃଢ଼ ଭାବରେ ବୃଦ୍ଧି ପାଉଛି। ତେବେ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ବେଳକୁ ଏହା ୩୦ ଟ୍ରିଲିୟନରେ ପହଁଚି ଯାଇଥିବ ବୋଲି କହିଛନ୍ତି ଡ଼. ଏସ ଜୟଶଙ୍କର।
ଅଧିକ ପଢନ୍ତୁ:ଭାରତ ଓ ଜାପାନ ମଧ୍ଯରେ ୯ଟି ପ୍ରକଳ୍ପ ପାଇଁ ଚୁକ୍ତି ସ୍ବାକ୍ଷରିତ