ମଙ୍ଗଳବାର ଦିନ ଜାପାନ ସରକାର ଭାରତର ବିଭିନ୍ନ କ୍ଷେତ୍ରରେ ୯ଟି ପ୍ରକଳ୍ପ ପାଇଁ ପ୍ରାୟ ୨୩୨.୨ ବିଲିୟନ ଜାପାନୀ ୟେନର ବିକାଶ ସହାୟତା ଋଣ ଘୋଷଣା କରିଛନ୍ତି। ଜାପାନ ସରକାର ସରକାରୀ ବିକାଶ ସହାୟତା (ODA) ଦ୍ୱାରା ଋଣ ଦେବା କଥା ଘୋଷଣା କରିଛନ୍ତି।ଏହି ସମ୍ପର୍କିତ ଚୁକ୍ତି ଅର୍ଥନୈତିକ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ବିକାଶ ଶିଲ ଏବଂ ଭାରତରେ ଅବସ୍ଥାପିତ ଜାପାନର ରାଷ୍ଟ୍ରଦୂତ ସୁଜୁକି ହିରୋଶିଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଛି।
ଏହି ଚୁକ୍ତି ସମ୍ବନ୍ଧରେ ଭାରତ ଅର୍ଥ ମନ୍ତ୍ରଣାଳୟ କହିଛି ଯେ ଦେଶର ଉତ୍ତର-ପୂର୍ବାଞ୍ଚଳରେ ଭିତ୍ତିଭୂମି ବିକାଶରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ଏହି ପ୍ରକଳ୍ପଗୁଡ଼ିକ ପରିକଳ୍ପନା କରାଯାଇଛି। ଏହି ଯୋଜନା ଗୁଡିକ ମଧ୍ୟରେ ଭିଡ଼ ହ୍ରାସ କରିବା ଚେନ୍ନାଇ ପେରିଫେରାଲ୍ ରିଙ୍ଗରୋଡ୍ ପ୍ରକଳ୍ପ, ନାଗାଲାଣ୍ଡରେ ଏକ ମେଡିକାଲ କଲେଜ ହସ୍ପିଟାଲ ପ୍ରତିଷ୍ଠା, ତେଲେଙ୍ଗାନାରେ ମହିଳା ଏବଂ ଗ୍ରାମୀଣ ଲୋକଙ୍କୁ ଉଦ୍ୟୋଗୀ କୌଶଳ ପ୍ରଦାନ କରି ଏମଏସଏମଇକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଯୋଜନା, ହରିୟାଣାରେ ଉଦ୍ୟାନ କୃଷି ଏବଂ ଫସଲ ବିବିଧତା ଏବଂ ଭିତ୍ତିଭୂମି ବିକାଶକୁ ପ୍ରୋତ୍ସାହନ ଦେଇ କୃଷକଙ୍କ ଆୟ ବୃଦ୍ଧି କରାଯିବା, ରାଜସ୍ଥାନ ଓ ଉତ୍ତରାଖଣ୍ଡ ଇତ୍ୟାଦି ସ୍ଥାନରେ ଭିତ୍ତିଭୂମିର ବିକାଶ କରାଯିବା ପାଇଁ ଏହି ପ୍ରକଳ୍ପ ପରିକଳ୍ପିତ ହୋଇଛି।
ଅଧିକ ପଢନ୍ତୁ: ହୂତି ଆକ୍ରମଣ ପାଇଁ ବଦଳିଲା ଡିଜେଲ୍ ରପ୍ତାନୀ ନିୟମ