ସଂଯୁକ୍ତ ରାଷ୍ଟ୍ର: ଭାରତର ଜନସଂଖ୍ୟା ୨୦୬୦ ବେଳକୁ ଆହୁରି ବଢ଼ିଯାଇଥିବ। ଏହା ପାଖାପାଖି ୧.୭ ବିଲିଅନରେ ପହଞ୍ଚି ଯିବ। ସଂଯୁକ୍ତ ରାଷ୍ଟ୍ର ଏହିଭଳି ଦାବି କରିଛି। ଏହା ପରେ ଭାରତର ଲୋକସଂଖ୍ୟା ୧୨ ପ୍ରତିଶ୍ରତ ହ୍ରାସ ପାଇବ ବୋଲି ୟୁଏନ୍ ରିପୋର୍ଟ କରିଛି। କିନ୍ତୁ ଏହା ପରେ ମଧ୍ୟ ପୁରା ଶତାଦ୍ଦୀରେ ବିଶ୍ବରେ ସର୍ବବୃହତ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ହେବ।
ୱାର୍ଲ୍ଡ ପପୁଲେଶସ ପ୍ରସ୍ପେକ୍ଟ-୨୦୨୪ ରିପୋର୍ଟରେ କୁହାଯାଇଛି ଯେ, ଆଗାମୀ ୫୦-୬୦ ବର୍ଷ ମଧ୍ୟରେ ଭାରତର ଜନସଂଖ୍ୟା ବୃଦ୍ଧି ଜାରି ରହିବାର ଅନୁମାନ କରାଯାଉଛି। ୨୦୮୦ ଦଶକର ମଧ୍ୟ ପର୍ଯ୍ୟନ୍ତ ପାଖାପାଖି ବିଶ୍ବର ମୋଟ ଜନସଂଖ୍ୟାର ୧୦.୩ ବିଲିଅନ ହୋଇଯିବ। ମାତ୍ର ଚରମସ୍ଥିତିରେ ପହଞ୍ଚିଲା ପରେ ଜନସଂଖ୍ୟା ହ୍ରାସ ପାଇପାରେ। ଏବଂ ଏହା ଚଳିତ ଶତାଦ୍ଦୀ ଶେଷ ହେଲା ବେଳକୁ ୧୦.୨ ବିଲିଅନ ହୋଇଯାଇଥିବ।
ଭାରତ ଗତବର୍ଷ ଚୀନକୁ ଅତିକ୍ରମ କରି ବିଶ୍ବର ସର୍ବବୃହତ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ହୋଇଥିଲା। ୨୧୦୦ ପର୍ଯ୍ୟନ୍ତ ଏହି ସ୍ଥାନ ଜାରି ରଖିବ। ବିଶ୍ବ ସ୍ତରୀୟ ସଂସ୍ଥା ତଥା ଆର୍ଥିକ ଏବଂ ସାମାଜିକ ବ୍ୟାପାର ବିଭାଗ (ଡିଇଏସ୍ଏ)ର ଜନସଂଖ୍ୟା ବିଭାଗ ଦ୍ବାରା ପ୍ରକାଶିତ ସଂଯୁକ୍ତ ରାଷ୍ଟ୍ର ରିପୋର୍ଟରେ କୁହାଯାଇଛି ଯେ, ଏହି ଶତାଦ୍ଦୀରେ ଭାରତ ସବୁଠାରୁ ଅଧିକ ଜନସଂଖ୍ୟାର ଦେଶ ହେବାର ସମ୍ଭାବନା ରହିଛି। ମାତ୍ର ୨୦୬୦ର ଦଶକ ଆରମ୍ଭରେ ଏହି ଜନସଂଖ୍ୟା ୧.୭ ବିଲିଅନ ହୋଇଯାଇପାରେ। ଏହା ପରେ ୧୨ ପ୍ରତିଶତ ଜନସଂଖ୍ୟା ହ୍ରାସ ପାଇବାର ଅନୁମାନ କରାଯାଉଛି। ରିପୋର୍ଟ ଅନୁସାରେ ୨୦୨୪ରେ ଭାରତର ଜନସଂଖ୍ୟା ୧.୪୫ ବିଲିଅନ (୧୪୫ କୋଟି) ପହଞ୍ଚି ପାରେ। ୨୦୫୪ରେ ଏହା ବଢ଼ି ୧୬୯ କୋଟି ହେବାର ସମ୍ଭାବନା ରହିଛି।