ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ଆଜି ଠାରୁ ଆରମ୍ଭ ହେଉଛି। ସିରିଜର ପ୍ରଥମ ମ୍ୟାଚ୍ ନାଗପୁରରେ ଖେଳାଯିବ। ଭାରତୀୟ ସମୟ ଅନୁସାରେ, ମ୍ୟାଚ୍ ଅପରାହ୍ନ ୧:୩୦ରେ ଆରମ୍ଭ ହେବ। ଏହି ସିରିଜ୍ ପୂର୍ବରୁ, ଆସନ୍ତୁ ଜାଣିବା ଇଂଲଣ୍ଡ ଶେଷ ଥର କେବେ ଭାରତୀୟ ମାଟିରେ ଖେଳି ଏକଦିବସୀୟ ସିରିଜ୍ ଜିତିଥିଲା।
ଇଂଲଣ୍ଡ ପ୍ରାୟ ୪୦ ବର୍ଷ ପୂର୍ବେ ଭାରତୀୟ ମାଟିରେ ଶେଷ ଦିନିକିଆ ସିରିଜ ଜିତିଥିଲା। ଏବେ ଟିମ୍ ଇଣ୍ଡିଆର ଦାୟିତ୍ୱ ହେବ ଯେ ସେ ଗତ ୪ ଦଶନ୍ଧି ଧରି ଚାଲିଆସୁଥିବା ରେକର୍ଡକୁ ବଜାୟ ରଖିବେ। ଇଂଲଣ୍ଡ ଶେଷ ଥର ପାଇଁ ୧୯୮୪-୮୫ରେ ଭାରତୀୟ ମାଟିରେ ଭାରତ ବିପକ୍ଷରେ ଏକ ଦିନିକିଆ ସିରିଜ ଜିତିଥିଲା। ଏହି ସିରିଜରେ ମୋଟ ୫ଟି ମ୍ୟାଚ୍ ଖେଳାଯାଇଥିଲା, ଯେଉଁଥିରେ ଇଂଲଣ୍ଡ ୪-୧ରେ ଜିତିଥିଲା।
ଏପର୍ଯ୍ୟନ୍ତ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମୋଟ ୧୦୭ଟି ଦିନିକିଆ ଖେଳାଯାଇଛି। ଏହି ମ୍ୟାଚ୍ଗୁଡ଼ିକରେ ଟିମ୍ ଇଣ୍ଡିଆ ୫୮ଟି ଜିତିଛି, ଯେତେବେଳେ ଇଂଲଣ୍ଡ ୪୪ଟି ମ୍ୟାଚ୍ ଜିତିଛି। ଉଭୟଙ୍କ ମଧ୍ୟରେ ୩ଟି ମ୍ୟାଚ୍ ଅନିର୍ଣ୍ଣାଷ ଥିଲା ଏବଂ ୨ଟି ଦିନିକିଆ ଟାଇ ହୋଇଥିଲା।
ଏପର୍ଯ୍ୟନ୍ତ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମୋଟ ୨୦ଟି ଦିନିକିଆ ସିରିଜ ଖେଳାଯାଇଛି। ଟିମ୍ ଇଣ୍ଡିଆ ୨୦ଟି ସିରିଜରୁ ୧୧ଟି ଜିତିଛି। ଇଂଲଣ୍ଡ ୭ଟି ସିରିଜ ଜିତିଛି। ୨ଟି ସିରିଜ୍ ଡ୍ରରେ ଶେଷ ହୋଇଛି।
ସୂଚନାଯୋଗ୍ୟ ଯେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଦିନିକି୍ରେ ସିରିଜ୍ ୨୦୨୫ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଏହି ଫର୍ମାଟର ଶେଷ ସିରିଜ୍ ହେବ। ଏହି ସିରିଜ୍ ଫେବୟୁ୍ଆରି ୬ରୁ ଆରମ୍ଭ ହେଉଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ୯ ଓ ତୃତୀୟ ମ୍ୟାଚ୍ ୧୨ ଫେବ୍ରୁଆରି ଖେଳାଯିବ।
ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ (ଉପ-ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ (ଉଇକେଟକିପର), ରିଷଭ ପନ୍ତ (ଉଇକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ଯଶସ୍ୱୀ ଜୟସୱାଲ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ଶାମି, ଅର୍ଶଦୀପ ସିଂହ, ୱାଶିଂଟନ ସୁନ୍ଦର, ହର୍ଷିତ ରାଣା ଏବଂ ବରୁଣ ଚକ୍ରବର୍ତ୍ତୀ।
ଇଂଲଣ୍ଡ ଦଳ: ଜସ୍ ବଟଲର୍ (ଅଧିନାୟକ), ଜୋଫ୍ରା ଆର୍ଚର, ଗସ୍ ଆଟକିନସନ୍, ଜାକବ୍ ବେଥେଲ୍, ହ୍ୟାରି ବ୍ରୁକ୍, ବ୍ରାଇଡନ୍ କାର୍ସେ, ବେନ୍ ଡକେଟ, ଜେମି ଓଭରଟନ୍, ଜେମି ସ୍ମିଥ୍, ଲିଆମ୍ ଲିଭିଙ୍ଗଷ୍ଟୋନ୍, ଆଦିଲ୍ ରସିଦ୍, ଜୋ ରୁଟ୍, ସାକିବ୍ ମହମୁଦ୍, ଫିଲ୍ ସଲ୍ଟ, ମାର୍କ ଉଡ୍।
ଅଧିକ ପଢ଼ନ୍ତୁ: ଭିଡ଼ ଭିତରେ ଅଚେତ ହୋଇଗଲେ ଏକାଧିକ ଯୁବକ