ମୁୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ମୁମ୍ବାଇ ସ୍ଥିତ ବାସଭବନ ଉପରେ ଇନକମ ଟ୍ୟାକ୍ସ ଅଧିକାରୀ ଚଢଉ କରିଛନ୍ତି । ବେଷ୍ଟିୟନ ହସ୍ପିଟାଲିଟି କମ୍ପାନି ସଂପର୍କିତ କେସରେ ଆଇଟି ଏହି ରେଡ୍ ମାରିଛି । ଶିଳ୍ପା ଏହି କମ୍ପାନିର ସହ ମାଲିକାଣୀ । ଏହି କମ୍ପାନିର ମୁମ୍ବାଇ, ପୁଣେ, ବେଙ୍ଗାଲୁରୁ ଓ ଗେଆରେ ବେଷ୍ଟିୟନ ନାମରେ କ୍ଲବ ଓ ରେଷ୍ଟୁରାଣ୍ଟ ରହିଛି । ଆୟକର ବିଭାଗ ସନ୍ଦେହ କରିଛି ଯେ, ହୋଟେଲ ବ୍ୟବସାୟରେ ନିବେଶ, ଆୟ ଓ ଟ୍ୟାକ୍ସକୁ ନେଇ ଗଡବଡ ରହିଛି ।
ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ଆୟକର ବିଭାଗ କମ୍ପାନିର ଲାଉଟଲେଡ ଏବଂ ଏହାର ପ୍ରମୋଟରଙ୍କ ଘର ଉପରେ ରେଡ୍ ମାରିଛି । ଏହି ଚଢଉ ବୁଧବାର ଆରମ୍ଭ ହୋଇଥିଲା ଏବଂ ଯାଞ୍ଚ ଶିଳ୍ପା ସେଟ୍ଟୀଙ୍କ ଘର ପର୍ଯ୍ୟନ୍ତ ପହଞ୍ଚିଛି । ବେଷ୍ଟିୟନ ପବର ଆରମ୍ଭ ଉଦ୍ୟୋଗପତି ରଞ୍ଜିତ ବିନ୍ଦ୍ରାଙ୍କ କମ୍ପାନି ବେଷ୍ଟିୟନ ହସ୍ପିଟାଲିଟି ଆରମ୍ଭ କରିଥିଲା । ଶିଳ୍ପା ସେଟ୍ଟୀ ୨୦୧୯ରେ ଏହି କମ୍ପାନିର ୫୦ ପ୍ରତିଶତ ସେୟାର କିଣିଥିଲେ ଏବଂ ସହ ମାଲିକ ହୋଇଗଲେ ।
ଶିଳ୍ପା ସେଟ୍ଟୀ ଆୟକର ବିଭାଗର ରେଡ୍ ପୂର୍ବରୁ ଏସବୁ ଅଭିଯୋଗକୁ ଖଣ୍ଡନ କରିଥିଲେ । ସମସ୍ତ ଅଭିଯୋଗ ଭିତ୍ତିହୀନ ବୋଲି କହିଥିଲେ । ସେ କହିଥିଲେ, ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବା ପରେ ଆମକୁ ଭରସା ଯେ ନ୍ୟାୟ ମିଳିବ । ଆମକୁ ଆମ ଦେଶର ଆଇନ ଏଜେନ୍ସି ଓ ନ୍ୟାୟପାଳିକା ଉପରେ ପୂରା ବିଶ୍ୱାସ ଓ ଭରସା ରହିଛି । ଗଣମାଧ୍ୟମକୁ ଅନୁରୋଧ ସମ୍ମାନପୂର୍ବକ ଏହି ମାମଲା ଉପରେ ସଂଯମ ରଖନ୍ତୁ କାରଣ ମାମଲା କୋର୍ଟରେ ବିଚାରଧୀନ ରହିଛି ।
Also read: ଲୋକସଭା ପରେ ରାଜ୍ୟସଭାରେ ଗୃହୀତ ହେଲା ଜି ରାମ ଜି ବିଧେୟକ