ନୂଆଦିଲ୍ଲୀ: ରୁଷର ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମକୁ ଦୁନିଆର ସବୁଠୁ ଆଡଭ ।ନ୍ସ ସିଷ୍ଟମ କୁହାଯାଏ । ମାତ୍ର ୟୁକ୍ରେନ ଏହି ଉନ୍ନତ ସିଷ୍ଟମକୁ ଚକମା ଦେଇ ରୁଷର ୫ ଏୟାରବେସ ଉପରେ ଡ୍ରୋନ ହମଲା କରିବାରେ ସଫଳ ହୋଇଛି । ୟୁକ୍ରେନ ରାଷ୍ଟ୍ରପତି ଦାବି କରିଛନ୍ତି ଯେ, ୧୧୭ ଡ୍ରୋନ ଆକ୍ରମଣରେ ରୁଷର ୪୦ ଲଢୁଆ ବିମାନ ଧ୍ୱଂସ ହୋଇଛି । ଏହି ହମଲାର ଯୋଜନା ପ୍ରାୟ ଦେଢ ବର୍ଷ ପୂର୍ବରୁ କରାଯାଉଥିଲା । ଏବେ ପ୍ରଶ୍ନ ଉଠୁଛି, କଣ ଏହା ସେହି ଏସ-୪୦୦, ଯିଏ ପାକିସ୍ତାନ ପକ୍ଷରୁ ହେଉଥିବା ପ୍ରତିଟି ହମଲାକୁ ବିଫଳ କରିଥିଲା । ତେବେ ରୁଷ ସେନାର କେଉଁଠି ତ୍ରୁଟି ରହିଲା ?
ଉଲ୍ଲେଖନୀୟ ଅପରେସନ ସିନ୍ଦୂର ପରେ ପାକିସ୍ତାନ ସହିତ ହୋଇଥିବା ସୈନ୍ୟ ସଂଘର୍ଷରେ ଭାରତ କେବଳ ରୁଷର ଏସ-୪୦୦(ସୁଦର୍ଶନ ଚକ୍ର) ଉପରେ ନିର୍ଭର ନ ଥିଲା । ଭାରତୀୟ ସେନା ସ୍ୱଦେଶୀ ଆକାଶ ଏୟାର ଡିଫେନ୍ସ ସିଷ୍ଟମର ମଧ୍ୟ ବ୍ୟବହାର କରିଥିଲା । ଯିଏ ପାକିସ୍ତାନର ପ୍ରତିଟି ଡ୍ରୋନ ହମଲାକୁ ପଣ୍ଡ କରିଥିଲା । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମଧ୍ୟ ଏହି ଭାରତୀୟ ଅସ୍ତ୍ରର ଅଭାବ ଅନୁଭୂତ ହେଉଥିବ, ଯାହାର ଟ୍ରେଲର ଅପରେସନ ସିନ୍ଦୂର ସମୟରେ ଦୁନିଆ ଦେଖିଥିଲା । ଯଦି ରୁଷ ପାଖରେ ଆକାଶ ସିଷ୍ଟମ ଥାଆନ୍ତା ତେବେ ଆଜି ରୁଷକୁ ଏତେ ବଡ କ୍ଷତି ଉଠାଇବାକୁ ପଡି ନ ଥାଆନ୍ତା ।
ଦୁନିଆ ଦେଖିଲା ଆକାଶର କ୍ଷମତା
ଆକାଶର ପୂରା ନାଁ ଆକାଶତୀର । ଏହା ଭାରତର ସ୍ୱଦେଶୀ ଏୟାର ଡିଫେନ୍ସ ସିଷ୍ଟମ । ଦୁନିଆକୁ ଏହାର ଶକ୍ତି ବିଷୟରେ ବେଶ ଅବଗତ ଅଛି । ଏହି ଆକାଶ ପାକିସ୍ତାନର ତୁର୍କୀ ମେଡ ବାୟ ଟିବିଟୁ ଡ୍ରୋନ ଓ ଚାଇନା ପିଏଲ-୧୫ ମିସାଇଲକୁ ଆଖି ପିଛୁଳାକେ ମାରି ଖସାଇଥିଲା । ଏହା କେବଳ ଆକାଶର କାମ ନ ଥିଲା । ଆକାଶ ଓ ରୁଷ ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ ଏକ ଟିମ୍ ଭାବେ କାମ କରିଥିଲା । ଆଉ ଦୁନିଆ ଦେଖିଲା କିଭଳି ପାକିସ୍ତାନ ଭାରତ ସାମ୍ନାରେ ମୁଣ୍ଡ ନୁଆଁଇଲା । କେବଳ ଏତିକି ନୁହେଁ ପାକିସ୍ତାନର ବାୟୁସେନା ପାଖାପାଖି ପାଞ୍ଚ ବର୍ଷ ପଛକୁ ଚାଲିଗଲା.
ଯଦି ଏସ-୪୦୦ ସହ ଥାଆନ୍ତା ଆକାଶତୀର
ଋୁଷ ପାଖରେ ଏସ-୪୦୦ ସିଷ୍ଟମ ରହିଛି, ମାତ୍ର ଆକାଶତୀର ପରି ମାରକ ହତିଆର ନାହିଁ, ଯିଏ ଆଖି ପିଛୁଳାକେ ଡ୍ରୋନକୁ ମାରି ଖସାଇଥାଏ । ଯଦି ଏସ-୪୦୦ ସହିତ ଆକାଶତୀର ଥାଆନ୍ତା ତେବେ ୟୁକ୍ରେନ କେବେଠୁ ମୁଣ୍ଡ ନୁଆଁଇ ସାରିନ୍ତାଣି । ବିଶେଷଜ୍ଞଙ୍କ କହିବା କଥା ୟୁକ୍ରେନ ବିରୁଦ୍ଧ ଲଢେଇରେ ରୁଷ ପାଖରେ ଲୋ ଲେବୁଲ, ହାଇ ଫ୍ଲେକ୍ସିବଲ ଏୟାର ଡିଫେନ୍ସ ସିଷ୍ଟମର ଆବଶ୍ୟକତା ଥିଲା । ରୁଷ ନିକଟରେ ଭାରତର ଆକାଶ ଏାୟର ଡିଫେନ୍ସ ସିଷ୍ଟମ ପରି କୌଣସି ମୋଡେଲ ନାହିଁ ।