ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ରାଜ୍ୟ ପୋଲିସ ବାହିନୀର ବିିଭିନ୍ନ ପଦବୀର ସିଧାସଳଖ ନିଯୁକ୍ତି ପାଇଁ ଅଗ୍ନିବୀରମାନଙ୍କ ପାଇଁ ୨୦ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବାକୁ ନିଷ୍ପତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି । ମଙ୍ଗଳବାର ଯୋଗୀ ସରକାରଙ୍କ କ୍ୟାବିନେଟ୍ ବୈଠକ ଥିବା ବେଳେ ଏଥିରେ ୧୦ଟି ପ୍ରସ୍ତାବରେ ମୋହର ବାଜିଛି ।
୨୦୨୨ରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଏହି ଅଗ୍ନିପଥ ଯୋଜନା ମାଧ୍ୟମରେ ୧୮ ରୁ ୨୧ ବର୍ଷ ବୟସର ଯୁବକ -ଯୁବତୀମାନଙ୍କୁ ଚାରି ବର୍ଷର ପ୍ରଶିକ୍ଷଣ ସେବା ପ୍ରଦାନ ସହ ସଶସ୍ତ୍ର ବାହିନୀରେ ନିଯୁକ୍ତି କରିବାକୁ ଚେଷ୍ଟା କରାଯାଉଛି । କିନ୍ତୁ ଉତ୍ତରପ୍ରଦେଶ ସରକାରଙ୍କ ନିର୍ଦେଶ କ୍ରମେ ଅଗ୍ନିବୀରମାନଙ୍କୁ ଅର୍ଥପୂର୍ଣ୍ଣ ପରବର୍ତ୍ତୀ ସେବା ସୁଯୋଗ ପ୍ରଦାନ କରିବା ଲକ୍ଷ୍ୟ କରାଯାଇଛି।
ଏଥିରେ ରାଜ୍ୟ ପୋଲିସ ବାହିନୀରେ ବିଭିନ୍ନ ପଦବୀ ଯଥା- କନଷ୍ଟେବଲ୍ ପୋଲିସ, କନଷ୍ଟେବଲ୍ ପିଏସି, ଆରୋହୀ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ଚାରୋଟି ବର୍ଗରେ ନିଯୁକ୍ତି କରାଯିବ। ତେଣୁ ଅଗ୍ନିବୀରମାନେ ସାମରିକ କାର୍ଯ୍ୟକାଳ ପରେ ଦେଶର ସୁରକ୍ଷା ପାଇଁ କିପରି ଆଗେଇ ଆସିବେ ତାହାକୁ ଗୁରୁତ୍ୱ ଦେବା ଉଚିତ । ଏହି ସଂରକ୍ଷଣ ସେବା ସାଧାରଣ, ଅନୁସୂଚିତ ଜାତି, ଅନୁସୂଚିତ ଜାତି ଏବଂ ଅନ୍ୟ ପଛୁଆ ବର୍ଗର ଅଗ୍ନିବୀରମାନଙ୍କ ପାଇଁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି ।