ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମ୍ୟୁନିକେସନ୍(IIMC)କୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଡିମ୍ଡ ୟୁନିଭର୍ସିଟି ଭାବେ ମାନ୍ୟତା ମିଳିଛି। IIMC ଦିଲ୍ଲୀ ସହ ଏହାର ୫ଟି ଆଞ୍ଚଳିକ କ୍ୟାମ୍ପସକୁ ମାନ୍ୟତା ଦିଆଯାଇଛି।
IIMCରେ ଏବେ ଡିଗ୍ରୀ ଓ ପିଏଚ୍ଡି ପାଠ୍ୟକ୍ରମ ଉପଲବ୍ଧ ହେବ । ତେବେ ଡିମ୍ଡ ୟୁନିଭର୍ସିଟି ମାନ୍ୟତା ମିଳିବା ପରେ ଶିକ୍ଷା ମନ୍ତ୍ରଣାଳୟକୁ ଧନ୍ୟବାଦ ଜଣାଇଛି ଆଇଆଇଏମ୍ସି।ଏହା IIMC ନୂଆଦିଲ୍ଲୀ ସହ ଏହାର ପାଞ୍ଚଟି ଆଞ୍ଚଳିକ କ୍ୟାମ୍ପସ ଜାମ୍ମୁ (ଜାମ୍ମୁ କାଶ୍ମୀର), ଅମରାବତୀ (ମହାରାଷ୍ଟ୍ର), ଆଇଜଲ (ମିଜୋରାମ), କୋଟାୟାମ (କେରଳ) ଏବଂ ଢେଙ୍କାନାଳ (ଓଡିଶା)ରେ ଅବସ୍ଥିତ।
ଭାରତ ସରକାରଙ୍କ ଅଧୀନରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ୧୭ ଅଗଷ୍ଟ ୧୯୬୫ ରେ ଏହି ଅନୁଷ୍ଠାନ ପ୍ରତିଷ୍ଠା କରାଯାଇଥିବା ଏହି ଅନୁଷ୍ଠାନ ସାମ୍ବାଦିକତା କ୍ଷେତ୍ରରେ ଗୁଣାତ୍ମକ ତାଲିମ ପ୍ରଦାନ ପାଇଁ ଜଣାଶୁଣା।IIMC ଭାରତୀୟ ସୂଚନା ସେବା (IIS) ର ଅଧିକାରୀମାନଙ୍କ ପାଇଁ ତାଲିମ ଏକାଡେମୀ ଭାବରେ କାର୍ଯ୍ୟ କରେ।
୨୦୧୮ରେ ନୀତି ଆୟୋଗଙ୍କ ଦ୍ୱାରା ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକର ସମୀକ୍ଷା ସମୟରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ମିଡିଆ ଷ୍ଟଡିଜ୍ କିମ୍ବା ଜାମିଆ ମିଲିଆ ଇସଲାମିଆର AJK ଗଣ ଯୋଗାଯୋଗ ଅନୁସନ୍ଧାନ କେନ୍ଦ୍ର ସହିତ ଆଇଆଇଏମସି ମିଶ୍ରଣ କରିବାକୁ ଏକ ପରାମର୍ଶ ଆସିଥିଲା।ତେବେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଶିକ୍ଷା ମନ୍ତ୍ରଣାଳୟ (ତତ୍କାଳୀନ HRD) ସହିତ ଅନୁଷ୍ଠାନ ଏହି ପ୍ରସ୍ତାବକୁ ଖାରଜ କରିଦେଇଥିଲା।
ଅଧିକ ପଢନ୍ତୁ : ଜାପାନକୁ ପଛରେ ପକାଇ ଶୀର୍ଷରେ ଚାଇନା