ହରିଆଣାରେ ଜାରି ହେଲା ‘ମହାମାରୀ ଆଲର୍ଟ’, ମେ ୨୪ ପର୍ଯ୍ୟନ୍ତ ବୃଦ୍ଧି ହେଲା ଲକ୍‌ଡାଉନ୍‌
Khabar Odisha:Haryana-Govt-Extend-Lockdown-Across-state-for-one-week-more

ହରିଆଣା, ମେ ୧୬ (ଖବର ଓଡ଼ିଶା): ଏବେ ପୁରା ଦେଶରେ କରୋନାର କୋପ ଜାରି ରହିଥିବା ବେଳେ ହରିଆଣାର ଦୈନିକ ସଂକ୍ରମଣ ଏବେ ସୀମା ଟପୁଛି । ହରିଆଣାରେ ଏଭଳି ସ୍ଥିତିରେ କରୋନା ମହାମାରୀ କୁ ଆୟତରେ ଆଣିବା ପାଇଁ ଜାରି ହୋଇଛି ‘ମହାମାରୀ ଆଲର୍ଟ’ । 

ହରିଆଣା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମହାମାରୀ ଆଲର୍ଟ ଜାରି କରାଯାଇ ଲକ୍‌ଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି । ପୂର୍ବ କଟକଣା ଅନୁଯାଇ ହରିଆଣାରେ ଆସନ୍ତା କାଲି ଅର୍ଥାତ୍ ମେ ୧୭ ପର୍ଯ୍ୟନ୍ତ ଲକ୍‌ଡାଉନ୍ ଜାରି କରାଯାଇଥିବା ବେଳେ ଆଜି ଏହାକୁ ଆଉ ଏକ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପୁରା ରାଜ୍ୟରେ ମେ ୨୪ ପର୍ଯ୍ୟନ୍ତ ଲକ୍‌ଡାଉନ୍ ଘୋଷଣା କରାଯାଇଛି ।

ହରିଆଣାରେ ସ୍ଥିତି ସଙ୍ଗୀନ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି । ଯାହାକୁ ନେଇ ବର୍ତମାନ ପରିସ୍ଥିତିରେ ହୁଏତ ଆଉ କିଛି ଦିନ କଟକଣା ଜାରି କଲେ କରୋନା କୁ ଆୟତକୁ ଅଣାଯାଇ ପାରିବ ସେଥିପାଇଁ ହରିଆଣାରେ ଆଉ ଏକ ସପ୍ତାହ ଲକ୍‌ଡାଉନ୍ ବୃଦ୍ଧିର ନିଷ୍ପତି ନେଇଛନ୍ତି ହରିଆଣା ସରକାର ।

ଅନ୍ୟପଟେ ଆଜି କରୋନା କୋପ କୁ ନେଇ ଦିଲ୍ଲୀ ସମେତ ଆଉ ଅଡ଼୍ର କିଛି ରାଜ୍ୟ ରେ ମଧ୍ୟ ଲକ୍‌ଡାଉନ୍ ବୃଦ୍ଧିର ନିଷ୍ପତି ନିଆଯାଇଛି ।

  • Tags:

Subscribe

National International State Sports Entertainment