ବୁଧବାର ଭାରତକୁ ଏଚଏଏଲ ପକ୍ଷରୁ ଟୁଇନ ସିଟର ବିମାନ ଦିଆଯାଇଛି । ଭାରତୀୟ ବାୟୁସେନାରେ ସାମିଲ ହେବ "ତେଜସ" । "ତେଜସ" ବିମାନଟି ସମ୍ପୂର୍ଣ୍ଣ ସ୍ୱଦେଶ ଭାବରେ ନିର୍ମିତ ହୋଇଛି । ଭାରତୀୟ ବାୟୁସେନା ପାଇଲା ପ୍ରଥମ ହାଲୁକା ଲଢୁଆ ବିମାନ । ଏଚଏଏଲ ପକ୍ଷରୁ ଭାରତୀୟ ବାୟୁସେନାକୁ ଟୁଇନ ସିଟର ଏଲସିଏ ଯୋଗାଇଦେବା ପାଇଁ ଘୋଷଣା କରାଯାଇଥିଲା । ଏହି ବିମାନଟି ହେଉଛି ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ । ବିମାନଟି ଶତ୍ରୁମାନଙ୍କୁ ଆକ୍ରମଣ କରିବା ପାଇଁ ସ୍ୱଦେଶ ପଦ୍ଧତିରେ ନିର୍ମିତ ହୋଇଛି । ବିମାନଟି ବାୟୁସେନାରେ ସାମିଲ ହେବାପରେ ଭାରତୀୟ ବାୟୁସେନାର ଶକ୍ତି ଦ୍ଵିଗୁଣ ହୋଇଛି । ବିମାନଟି ଜରୁରୀକାଳୀନ ବାୟୁସେନାର ଆବଶ୍ୟକତା ପୂରଣ କରିବ । ୨୦୨୪ ମାର୍ଚ୍ଚ ସୁଦ୍ଧା ଆଉ ୮ଟି ବିମାନ ସାମିଲ ହେବାର ଯୋଜନା କରାଯାଇଛି । ୨୦୨୬-୨୭ ସୁଦ୍ଧା ୧୦ଟି ଟୁଇନ ସିଟର ଯୋଗାଇଦିଆଯିବ ବୋଲି ସୂଚନା ମିଳିଛି । ବିନା କାହାର ସାହାଯ୍ୟରେ ଭାରତ ନିଜ ବିମାନ ନିଜ ପ୍ରସ୍ତୁତ କରୁଛି । ନିଜ ଜ୍ଞାନ, କୌଶଳ ଓ ବୁଦ୍ଧିରେ ତିଆରି କରୁଛି ନିଜ ବିମାନ । ହାଲୁକା ବିମାନ "ତେଜସ" ବାୟୁସେନାରେ ସାମିଲ ହେଲା ପରେ ଭାରତୀୟ ବାୟୁସେନା ଅଧିକ ଶକ୍ତିଶାଳୀ ହୋଇଛି । ନିଜ ଶତ୍ରୁ ଉପରେ ନିଜେ ଆକ୍ରମଣ କରିବା ପାଇଁ ଭାରତ ବାୟୁସେନାରେ ସାମିଲ କଲା ହାଲୁକା ବିମାନ "ତେଜସ" ।
ଆଗକୁ ପଢ଼ନ୍ତୁ : ଏସୀୟ ଗେମ୍ସରେ ଭାରତକୁ ମିଳିଛି ୮୨ ପଦକ