୫୦ ହଜାର ବର୍ଷ ପରେ ଆଜି ପୃଥିବୀର ଅତି ନିକଟରେ ଅତିକ୍ରମ କରିବ ସବୁଜ ଧୂମକେତୁ 'ଜେଟିଏଫ୍'
Khabar Odisha:Green-comet-closest-to-Earth-on-Wednesday
ଖବର ଓଡିଶା : 01/02/2023:

ଆଜି ପୃଥିବୀର ଅତି ନିକଟରେ ଅତିକ୍ରମ କରିବ ସବୁଜ ଧୂମକେତୁ । ୫୦ହଜାର ବର୍ଷ ପରେ ଦେଖିବାକୁ ମିଳିବ ବିରଳ ମହାଜାଗତିକ ଦୃଶ୍ୟ। ଭାରତ ସମେତ ବିଶ୍ବର ବିଭିନ୍ନ ଦେଶରେ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ଏହା ପୁଣିଥରେ ଆସନ୍ତା ମାସରେ ମଧ୍ୟ ଦୃଶ୍ୟମାନ ହେବ ବୋଲି ଜଣାପଡିଛି । ପ୍ରାୟ 50,000 ବର୍ଷ ପୂର୍ବେ ପସ୍ଥର ଯୁଗ ସମୟରେ ଏହି ସବୁଜ ଧୂମକେତୁ ଦୃଶ୍ୟମାନ ହୋଇଥିଲା। ପୁଣିଥରେ ଆଜି ଏହି ଉପଗ୍ରହ ପୃଥିବୀ ପାଖ ଦେଇ ଅତିକ୍ରମ କରୁଥିବା ବେଳେ ଦୃଶ୍ୟମାନ ହେବ। ବିନା ସୂର୍ଯ୍ୟ କିରଣରେ ରାତି ହେବ ଦିନ ଭଳି ଆଲୋକିତ । ପୃଥିବୀର ଅନେକ ସ୍ଥାନରେ ଦେଖାଯିବ ଏହି ମହାଜାଗତିକ ଦୃଶ୍ୟ । ମାଡ଼ିଆସୁଛି ଧୂମକେତୁ । ପୃଥିବୀ ଆଡ଼କୁ ମୁହାଁଇଛି ଏହି ବିରଳ ଧୂମକେତୁ । ପୃଥିବୀ ନିକଟ ଦେଇ ବିରଳ ଧୂମକେତୁଟି ଅତିକ୍ରମ କରିବ । ପ୍ରାୟ ୫୦ ହଜାର ବର୍ଷ ପରେ ଏହା ଦ୍ୱିତୀୟ ଥର ପାଇଁ ପୃଥିବୀର ନିକଟତର ହେଉଛି । ମଝିରେ ମଝିରେ ଧୂମକେତୁ ପୃଥିବୀ ଆଡ଼କୁ ଆସିଥାଏ । ହେଲେ ଏଥର ଆସୁଥିବା ଧୂମକେତୁର ବିଶେଷତ୍ୱ ହେଲା, ୫୦ ହଜାର ବର୍ଷରେ ଥରେ ଏଭଳି ଧୂମକେତୁ ପୃଥିବୀର ନିକଟତର ହୋଇଛି । ଫେବ୍ରୁଆରୀ ୧ରେ ଏହା ପୃଥିବୀର ନିକଟତର ହେବ ବୋଲି ବୈଜ୍ଞାନିକ କହିଛନ୍ତି । ଯାହାର ନାଁ ରହିଛି “ସି ୨୦୨୨ ଇଥ୍ରି’ ଓ ଏହାର ସଂକ୍ଷିପ୍ତ ନାଁ ରଖାଯାଇଛି ଜେଟିଏଫ୍ । ଗତ ବର୍ଷ ମାର୍ଚ୍ଚମାସ ରେ ପ୍ରଥମେ ଏହି ଧୂମକେତୁ ପଡିବା ନେଇ ସୂଚନା ମିଳିଥିଲା ।

ସେତବେଳେ ଏହା ବୃହସ୍ପତି ପାଖ ଦେଇ ଗତି କରୁଥିଲା । ଏହା ପ୍ରଥମେ ଯେତେବେଳେ ପୃଥିବୀର ପାଖାପାଖି ଆସିଥିଲା, ସେତେବେଳେ ଆଦି ମାନବ ବସବାସ କରୁଥିଲେ । ତେବେ ଏହି ଧୂମକେତୁର ଆକାର ଖୁବ୍ ଛୋଟ ରହିଛି, ତେଣୁ ଏହା ଯୋଗୁଁ ପୃଥିବୀକୁ କ୍ଷତି ପହଂଚିବାର ଆଶଙ୍କା କମ୍ ରହିଥିବା  ବୈଜ୍ଞାନିକ କହିଛନ୍ତି ।  

Subscribe

National International State Sports Entertainment