ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ମହାଗଠବନ୍ଧନ ଏବଂ ଏନଡିଏ ଉଭୟଙ୍କ ମଧ୍ୟରେ ତୀବ୍ର ହଲଚଲ ଦେଖାଦେଇଛି। ଆରଜେଡି ନେତା ତେଜସ୍ୱୀ ଯାଦବ ଆଜି ତାଙ୍କର ନାମାଙ୍କନ ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି, କିନ୍ତୁ ମେଣ୍ଟ ମଧ୍ୟରେ ଆସନ ବଣ୍ଟନ ନେଇ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ଚୁକ୍ତି ହୋଇନାହିଁ। ଆଭ୍ୟନ୍ତରୀଣ ଆଲୋଚନା ଚାଲିଛି, ଏବଂ କିଛି ଆସନ ଉପରେ କଂଗ୍ରେସ ଏବଂ ବାମପନ୍ଥୀ ଦଳ ମଧ୍ୟରେ ମତଭେଦ ରହିଛି।
ଏହି ସମୟରେ, ଏନଡିଏ ଭିତରେ ସବୁକିଛି ଠିକ୍ ନଥିବା ଜଣାପଡ଼ିଛି। ଜେଡିୟୁ ନେତା ଉପେନ୍ଦ୍ର କୁଶୱାହା ପୁଣି ଥରେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ସେ ଆଜି ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ସାକ୍ଷାତ କରୁଛନ୍ତି। କୁଶୱାହା ତାଙ୍କର ଅସନ୍ତୋଷ ଏବଂ ଆସନ ବଣ୍ଟନ ବ୍ୟବସ୍ଥା ଉପରେ ଆଲୋଚନା କରିବାକୁ ଦିଲ୍ଲୀ ଆସିଥିବା କୁହାଯାଉଛି।ନିର୍ବାଚନୀ ତାତି ମଧ୍ୟରେ, ଆଜି ଅନେକ ବଡ଼ ନିଷ୍ପତ୍ତି ହୋଇପରେ। ଏହାରି ଭିତରେ ଏବେ ସମସ୍ତଙ୍କ ନଜର ପାଟନା ଏବଂ ଦିଲ୍ଲୀର ବୈଠକ ଉପରେ ରହିଛି, ଯେଉଁଠାରେ ନିର୍ବାଚନୀ ସମୀକରଣର ଏକ ନୂତନ ଚିତ୍ର ସାମ୍ନାକୁ ଆସିବା ନେଇ ଆଶା କରାଯାଉଛି।
ଗତକାଲି ଟିକେଟ ବଣ୍ଟନ ପରେ ଉପେନ୍ଦ୍ର କୁଶୱାହାଙ୍କ ଅସନ୍ତୁଷ୍ଟ ଯୋଗୁଁ ବିହାରରେ ଏନଡିଏ ଆସନ ବଣ୍ଟନ ବିବାଦ ଘନୀଭୂତ ହେଉଛି। ମଙ୍ଗଳବାର ରାତି ୪ଟା ପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ମନା କରିଦେଇଥିଲେ । ଉପେନ୍ଦ୍ରଙ୍କ ସହ କଥା ହେବା ପରେ ନିତ୍ୟାନନ୍ଦ ଗଣମାଧ୍ୟମରେ କିଛି ବି କଥା ନହୋଇ ଚାଲିଯାଇଥିଲେ।
ଏହି ସମୟରେ ଗଣମଧ୍ୟମ ପ୍ରତିନିଧିମାନେ ଯେତେବେଳେ ଉପେନ୍ଦ୍ର କୁଶୱାହାଙ୍କ ସହିତ କଥା ହୋଇଥିଲେ ସେ ଏନଡିଏ ଭିତରେ ବିଭାଜନ ହେବାର ଇଙ୍ଗିତ ଦେଇଥିଲେ। ସେ କହିଥିଲେ ଯେ ଯେଉଁମାନେ ତାଙ୍କ ସହିତ ସାକ୍ଷାତ କରିଥିଲେ ସେମାନଙ୍କୁ ଯାଇ ପଚାରନ୍ତୁ। ଯେତେବେଳେ ଉପେନ୍ଦ୍ର କୁଶୱାହାଙ୍କୁ ପଚରାଗଲା ଯେ ସେ ତାଙ୍କୁ ମିଳିଥିବା ଆସନରେ ସନ୍ତୁଷ୍ଟ କି ଅସନ୍ତୁଷ୍ଟ? ସେ ଉତ୍ତର ଦେଇଥିଲେ ‘ସନ୍ତୁଷ୍ଟ ହେବାର କୌଣସି ଅର୍ଥ ନାହିଁ। ମୁଁ କେବଳ ଏତିକି କହିପାରିବି ଯେ ଏହି ସମୟରେ ଏନଡିଏ ଭିତରେ ସବୁକିଛି ଠିକ୍ ଅଛି, ଏବଂ ସବୁ ଠିକ୍ ହୋଇଯିବ ।