ନୂଆଦିଲ୍ଲୀ: ତାଲିବାନ ଶାସିତ ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ବୁଧବାର ୪୮ ଘଣ୍ଟା ପାଇଁ ଅସ୍ତ୍ରବିରତି ଉପରେ ସହମତି ପ୍ରକାଶ ପାଇଛି। ମାତ୍ର ଦୁଇ ଦେଶ ମଧ୍ୟରେ ସ୍ଥିତି ସଂପୂର୍ଣ୍ଣ ଭାବେ ସୁଧୁରି ନାହିଁ। ଦୁଇ ଦେଶ ମଧ୍ୟରେ ଆଜି ପୁଣି ଥରେ ହିଂସାତ୍ମକ ସଂଘର୍ଷ ଦେଖିବାକୁ ମିଳିଛି। ଏଥିରେ ଦୁଇ ଦେଶର ନାଗରିକଙ୍କ ପ୍ରାଣହାନୀ ଘଟିଛି। ଏହା ମଧ୍ୟରେ ତାଲିବାନର ମନ୍ତ୍ରୀ ଚୀନର ରାଷ୍ଟ୍ରଦୂତଙ୍କୁ ଭେଟିଛନ୍ତି।
ଆଫଗାନିସ୍ତାନର ଉପ ବୈଦେଶିକ ମନ୍ତ୍ରୀ ନଇମ ବରକାଦ କାବୁଲରେ ଚୀନର ରାଷ୍ଟ୍ରଦୂତ ଝାଓ ଜିଙ୍ଗଙ୍କ ସହିତ ବୈଠକ ସମୟରେ ଆଫଗାନିସ୍ତାନରେ ପାକିସ୍ତାନର ସଦ୍ୟତମ ଏୟାର ଷ୍ଟ୍ରାଇକକୁ କାପୁରୁଷପଣ ଓ କ୍ରୁର ଦର୍ଶାଇଛନ୍ତି। ଏହା ସହ କହିଛନ୍ତି, ଆଫଗାନିସ୍ତାନ ପାକିସ୍ତାନ ହମଲାର ଉଚିତ୍ ଜବାବ ଦେଇଛି।
ବରକାଦ କହିଛନ୍ତି, ପାକିସ୍ତାନ ଏହି ହମଲା ଜରିଆରେ ସମସ୍ତ ମାନବୀୟ, ଇସଲାମୀ ଓ ପଡୋଶୀ ସିଦ୍ଧାନ୍ତର ଉଲ୍ଲଂଘନ କରିଛି । ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ବୈଠକ ପରେ ଜାରି ବୟାନରେ ବରଦାକ କହିଛନ୍ତି, ଇସଲାମାବାଦ ସହ ଶାନ୍ତି ଚାହୁଁ ଏବଂ ଜୋର ଦେଇଛନ୍ତି ଯେ, ଯୁଦ୍ଧ କୌଣସି ସମାଧାନର ରାସ୍ତା ନୁହେଁ । ସେ ଏହା ମଧ୍ୟ କହିଛନ୍ତି ଯେ, ତାଲିବାନ ପ୍ରଶାସନ ସମସ୍ତ ପଡୋଶୀ ଦେଶ ସହ ସୁସଂପର୍କ ଏବଂ ସକରାତ୍ମକ ସମ୍ବନ୍ଧ ଚାହେଁ ।
ଚୀନ ରାଷ୍ଟ୍ରଦୂତଙ୍କ ଯାତ୍ରାର ଉଦ୍ଦେଶ୍ୟ କଥିତ ଭାବେ ଦୁଇ ପକ୍ଷଙ୍କ ମଧ୍ୟରେ ଉତ୍ତେଜନା କମ କରିବା ଓ ଅଞ୍ଚଳରେ ଚୀନ କର୍ମଚାରୀ ଓ ଅଧିକାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାର ଥିଲା । ଦୁଇ ପକ୍ଷଙ୍କୁ ଆଲୋଚନା ମାଧ୍ୟମରେ ନିଜର ମତଭେଦ ଓ ବିବାଦର ସମାଧାନ କରିବାକୁ ଅପିଲ୍ କରିଛନ୍ତି । ଏହା ଉପରେ ବରଦାକ କହିଛନ୍ତି ଯେ, ତାଲିବାନ ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ପ୍ରତିବଦ୍ଧ ।
Also read: ଭୁଲ ଶବ ଫେରାଇଲା ହମାସ୍, କ୍ଷୁବ୍ଧ ଇସ୍ରାଏଲ୍