ନୂଆଦିଲ୍ଲୀ: ଅସ୍ତ୍ର ବିରତି ଚାଲୁଥିବାବେଳେ ପୁଣି ଥରେ ହମାସ୍ ଏବଂ ଇସ୍ରାଏଲ ମଧ୍ୟ ଯୁଦ୍ଧ ସମ୍ଭାବନା ଦେଖାଇଛି । ମୃତଦେହ ଫେରାଇବାକୁ ନେଇ ହମାସ୍ ଉପରେ ଇସ୍ରାଏଲ କ୍ଷୁବ୍ଧ ହୋଇଛି । ହମାସ୍ ଭୁଲ ମୃତଦେହ ପଠାଇଥିବା ଇସ୍ରାଏଲ୍ ଅଭିଯୋଗ କରିଛି । ଯେପର୍ଯ୍ୟନ୍ତ ସମସ୍ତ ବନ୍ଦୀଙ୍କୁ ମୁକ୍ତ କରାଯାଇ ନେଇ ସେପର୍ଯ୍ୟନ୍ତ ଶାନ୍ତି ନାହିଁ ବୋଲି ଚେତାଇ ଦେଇଛନ୍ତି ଇସ୍ରାଏଲର ସେନା ମୁଖ୍ୟ ଜେନେରାଲ ଇୟାଲ ଜମୀର ।
ହମାସ୍ ଗତ ଦୁଇ ଦିନ ମଧ୍ୟରେ ୭ଟି ଶବ ହସ୍ତାନ୍ତର କରିଛି । ଆହୁରି ୨୦ ଜଣ ଜୀବିତ ସୈନ୍ୟଙ୍କୁ ବନ୍ଦୀ କରି ରଖିଛି । ବୁଧବାର ଫେରାଇଥିବା ୪ଟି ଶବ ମଧ୍ୟରୁ ଗୋଟିଏ ଭୁଲ ଶବ ଆସିଛି । ଯାହାକି ଇସ୍ରାଏଲ୍ ବନ୍ଦୀଙ୍କର ନୁହେଁ ବରଂ ଗାଜା ପଟ୍ଟୀର ଜଣେ ବ୍ୟକ୍ତି । ଯାହାକୁ ନେଇ ଇସ୍ରାଏଲ ତାତିଛି । ଇସ୍ରାଏଲ୍ ଧୂର-ଦକ୍ଷିଣପନ୍ଥୀ ମନ୍ତ୍ରୀ ଇତମାର ୱେନ୍ ଗ୍ୱୀର କହିଛନ୍ତି, ବହୁତ ବେଜିତ ହେଲୁ । ଶହ ଶହ ସଂଖ୍ୟାରେ ଟ୍ରକ୍ ପାଇଁ ରାସ୍ତା ଖୋଲିବା ମାତ୍ରେ ହିଁ ହମାସ ତାର ପୁଣି ମିଛ ଷଡ଼ଯନ୍ତ୍ର ଆରମ୍ଭ କରିଦେଇଛି । ଆତଙ୍କବାଦୀ କେବଳ ଅସ୍ତ୍ରର କଥା ଶୁଣନ୍ତି । ସେମାନଙ୍କ ସହିତ ଲଢ଼ିବାର ଏକମାତ୍ର ବାଟ ହେଉଛି ପୃଥିବୀପୃଷ୍ଠରୁ ସମ୍ପୂର୍ଣ୍ଣ ଲୋପ କରିଦିଅ ।
ସେହିପରି ଇସ୍ରାଏଲର ସେନା ମୁଖ୍ୟ ଜେନେରାଲ ଇୟାଲ ଜମୀର କହିଛନ୍ତି, ରାଜନୈତିକ ନେତୃତ୍ୱଙ୍କ ସହିତ ମିଶି ଆମେ ସମସ୍ତ ପ୍ରକାର ବୁଝାମଣା ଲାଗୁ କରିବାକୁ ରାଜି ଅଛୁ । କିନ୍ତୁ ଯେପର୍ଯ୍ୟନ୍ତ ସମସ୍ତ ବନ୍ଦୀଙ୍କ ଫେରାଇ ନ ଆଣିଛୁ ସେ ପର୍ଯ୍ୟନ୍ତ ଆମେ ବିଶ୍ରାମ କରିବୁ ନାହିଁ । କୌଣସି ବି ବନ୍ଦୀଙ୍କୁ ଫେରାଇ ଆଣିବା ଇସ୍ରାଏଲ୍ ସେନାର ନୈତିକ, ରାଷ୍ଟ୍ରୀୟ ଏବଂ ଯିହୁଦୀ କର୍ତ୍ତବ୍ୟ ଅଟେ ।