ପାଟନା: ବିହାର ନିର୍ବାଚନ ପାଇଁ ବିଜେପି ବୁଧବାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି । ଚର୍ଚ୍ଚାରେ ଥିବା ଲୋକପ୍ରିୟା ଗାୟିକା ମୈଥିଲୀ ଠାକୁରଙ୍କୁ ଦଳ ପ୍ରାର୍ଥୀ କରିଛି । ମୈଥିଲୀଙ୍କୁ ଅଲୀନଗର ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରିବେ ।
ଏହା ସହିତ ହାୟାଘାଟରୁ ରାମଚନ୍ଦ୍ର ପ୍ରସାଦ, ମୁଜାଫରପୁରରୁ ରଞ୍ଜନ କୁମାର, ଗୋପାଲଗଞ୍ଜରୁ ସୁଭାଷ ସିଂହ, ବନିୟାପୁରରୁ କେଦାର ନାଥ ସିଂହ, ଛପରାରୁ ଛୋଟୀ କୁମାରୀ, ସୋନପୁରରୁ ବିନୟ କୁମାର ସିଂହ, ରୋସେରାରୁ ବିରେନ୍ଦ୍ର କୁମାର, ବାଢ଼ରୁ ସିୟାରାମ ସିଂହ, ଅଗିଆଂବରୁ ମହେଶ ପାସୱାନ, ଶାହପୁର ରାକେଶ ଓଝା ଏବଂ ବକ୍ସରରୁ ଆଇପିଏସ୍ ଆନନ୍ଦ ମିଶ୍ରଙ୍କୁ ଦଳ ପ୍ରାର୍ଥୀ କରିଛି ।
ଦୀର୍ଘ ଦିନ ହେଲା ବିହାରରେ ଏନଡିଏ ମେଣ୍ଟ ଭିତରେ ସିଟ୍ ବୁଝାମଣାକୁ ନେଇ ଅଙ୍କ ଛିଣ୍ଡିପାରୁନଥିଲା। ନିଷ୍ପତ୍ତି ମୁତାବକ ଏଥର ବିଜେପି ଏବଂ ଜେଡିୟୁ ୧୦୧ ଟି ଲେଖାଏଁ ସିଟରେ ନିର୍ବାଚନ ଲଢିବେ । ଏଲଜେପି (ଆର୍) ୨୯ଟି ଆସନରେ ନିର୍ବାଚନ ଲଢ଼ିବ। ସେହିପରି ହାମ୍ ଏବଂ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ୬ଟି ଲେଖାଏଁ ସିଟରେ ନିର୍ବାଚନ ଲଢିବେ।
ଗତକାଲି ମୈଥିଲୀ ଠାକୁର ବିଜେପିରେ ଯୋଗ ଦେଇଥିଲେ । ୨୦୦୦, ଜୁଲାଇ ୨୫ରେ ମୈଥିଲୀ ଠାକୁର ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ । ସେ ବର୍ତ୍ତମାନ ୨୫ ବର୍ଷ ବୟସର। ସେ ବିହାରର ମଧୁବନୀର ମୂଳ ବାସିନ୍ଦା ଅଟନ୍ତି । ଦିଲ୍ଲୀର ନଜଫଗଡ଼ରେ ରହୁଛନ୍ତି।