ଖୁବଶୀଘ୍ର ବନ୍ଦ ହୋଇଯିବ ଗୁଗୁଲ ପେ । khabar odisha :01/03/2024 Share story: ଖୁବଶୀଘ୍ର ବନ୍ଦ ହୋଇଯିବ ଗୁଗୁଲ ପେ । ପେଟିଏମ ପରେ ଏବେ ଗୁଗୁଲ ପେ କୁ ଲାଗିଛି ବଡ ଝଟକା । ଗତ କିଛି ଦିନ ତଳେ ଗୁଗଲ ପେଟିଏମ ବିରୋଧରେ ଆକ୍ସନ ନେବା ପରେ ବର୍ତମାନ ଗୁଗୁଲ ପେ ବନ୍ଦ କରିବାକୁ କମ୍ପାନୀ ନିଷ୍ପତି ନେଇଛି । ଯାହା ଏବେ ଲୋକଙ୍କ ପାଇଁ ଚିନ୍ତା ର କାରଣ ପାଲଟିଛି । ଏବଂ ସବୁଠାରୁ ବଡ କଥା ହେଉଛି , ଏହା ଭାରତରେ ନୁହେଁ ବରଂ ଆମେରିକା ରେ ବନ୍ଦ ହେବାକୁ ଯାଉଛି । ଆଉ ଯାହା ୨୦୧୪ ମସିହା ଜୁନ ମାସ ୪ ତାରିଖ ଠାରୁ ବନ୍ଦ ହେବ ବୋଲି କୁହାଯାଇଛି । ତେବେ କମ୍ପାନୀ ର କହିବା ଅନୁସାରେ ସମସ୍ତ ୟୂଜର୍ଷ ଙ୍କୁ ଗୁଗୁଲ ୱାଲେଟ କୁ ଟ୍ରାନ୍ସଫର କରାଯିବ । ଏହା ମାଧ୍ୟମରେ ଗୁଗୁଲ ୱାଲେଟ ରେ ଇନ ଷ୍ଟୋର ଟ୍ୟାପ ଟୁ ପେ ଏବଂ ପେମେଂଟ ମେଥୋଡ ମ୍ୟାନେଜମେଣ୍ଟ ଭଳି ଲୋକପ୍ରିୟ ଫିଚର ଗୁଡିକ ୟୂଜର୍ଷମାନେ ବ୍ୟବହାର କରିବାକୁ ସକ୍ଷମ ହେବେ । ଆଉ ଜୁନ ୪ ପରେ ଆମେରିକା ରେ ଏହି ଆପ ସମ୍ପୂର୍ଣ ବନ୍ଦ ହୋଇଯିବ ବୋଲି ସୂଚନା ମିଳିଥିବା ବେଳେ ଜୁନ ୪ ପରେ ଏହି ଆପ କେବଳ ଭାରତ ଓ ସିଙ୍ଗାପୁର ରେ କାମ କରିବ ବୋଲି କୁହାଯାଇଛି । ତେବେ ଆମେରିକା ରେ ଏହି ଗୁଗୁଲ ପେ ଆପ ବନ୍ଦ ହେଵା ପରେ ଆମେରିକୀୟ ମାନେ ଏହି ଆପ ସାହାଯ୍ୟରେ ଟଙ୍କା ପଠାଇ ପାରିବେନି କି ଗ୍ରହଣ ମଧ୍ୟ କରିପାରିବେନି । କିନ୍ତୁ ଏହା ସବୁବେଳେ ୟୂଜର୍ଷ ମାନଙ୍କୁ ଅପଡେଟଦେବା ଜାରି ରଖିବ ବୋଲି କୁହାଯାଇଛି । ଅଧିକ ପଢନ୍ତୁ :ଏୟାର ଇଣ୍ଡିଆ ଦେବ ୩୦ ଲକ୍ଷ ଟଙ୍କା ଜରିମାନା Google pay India ଖବର ଓଡ଼ିଶା, Reporter, 01/03/2024