ପୁରୁଣା ସଂସଦ ଭବନର ଛାତରେ ହଠାତ୍ ନିଆଁ ଲାଗିଯିବାରୁ ଚାଞ୍ଚଲ୍ୟ ଖେଳିଯାଇଛି। ଏହି ଘଟଣା ସନ୍ଧ୍ୟା ପ୍ରାୟ ୫:୪୦ ସମୟରେ ଘଟିଛି। ସୂଚନା ଅନୁଯାୟୀ, ଛାତ ଉପରେ ମରାମତି ପାଇଁ ୱେଲଡିଂ କାମ ଚାଲିଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। କୁହାଯାଉଛି ଯେ ୱେଲଡିଂ ସମୟରେ ବାହାରିଥିବା ଏକ ନିଆଁ ସ୍ଫୁଲିଙ୍ଗ ଯୋଗୁଁ ସେଠାରେ ନିଆଁ ଲାଗିଯାଇଥିଲା।
ତେବେ ମାତ୍ର କିଛି ମିନିଟ୍ ମଧ୍ୟରେ ନିଆଁକୁ ଆୟତ୍ତ କରାଯାଇଥିଲା। ସି.ଆଇ.ଏସ.ଏଫ (CISF) ର ଫାୟାର୍ ଟିମ୍ ତୁରନ୍ତ ପହଞ୍ଚି ନିଆଁକୁ ଲିଭାଇ ଦେଇଥିଲେ। ବର୍ତ୍ତମାନ ସୁଦ୍ଧା ଏଥିରେ କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇଥିବା ଖବର ମିଳିନାହିଁ।