ଶକ୍ତି: ଛତିଶଗଡ଼ର ସକ୍ତି ଜିଲ୍ଲାରେ ୭ ଦିନ ଧରି ଭୋକ ଉପାସରେ ଥିବା ଏକ ୬ ଜଣିଆ ପରିବାରର ଦୁଇ ଭାଇଙ୍କ ଗୁରୁବାର ମୃତ୍ୟୁ ଘଟିଛି। ପରିବାରର ଅନ୍ୟ ୪ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ରିପୋର୍ଟ ଅନୁଯାୟୀ, ବରଦ୍ୱାର ଥାନା ଅନ୍ତର୍ଗତ ତଣ୍ଡୁଲଡିହ ଗ୍ରାମର ଗୋଣ୍ଡ ପରିବାରର ୬ ଜଣ ସଦସ୍ୟ ଗତ କିଛି ଦିନ ହେବ ଘରୁ ବାହାରି ନଥିଲେ। ଗୁରୁବାର ପଡ଼ୋଶୀମାନେ ତାଙ୍କ ଘରୁ ପ୍ରବଳ ଚିତ୍କାର ଶୁଣି ପୁଲିସ ହେଲ୍ପଲାଇନକୁ ଖବର ଦେଇଥିଲେ। ଘର ଭିତରେ ବିକାଶ ଗୋଣ୍ଡ, ଭିକି ଗୋଣ୍ଡ ଅଚେତ ଅବସ୍ଥାରେ ଉଦ୍ଧାର ହୋଇଥିଲେ। ସେମାନଙ୍କ ମା, ଜଣେ ଭାଇ ଓ ଦୁଇ ଭଉଣୀ ଜୟ ଗୁରୁଦେବଙ୍କ ଉଚ୍ଚାରଣ କରୁଥିଲେ। ଡାକ୍ତରଖାନାରେ ଦୁଇ ଭାଇଙ୍କୁ ମୃତ ଘୋଷଣା କରାଯାଇଥିଲା। ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପୁଲିସ କହିଛି ଯେ ଗୋଣ୍ଡ ପରିବାର ମଧ୍ୟପ୍ରଦେଶର ଉଜ୍ଜୈନର ଜଣେ ବାବାଙ୍କ ଫଟୋ ସହ ସାଧନା କରୁଥିଲେ। ପରିବାରର ସଦସ୍ୟମାନେ ନ୍ୟୁରୋଟିକ୍ସ ଭଳି ଆଚରଣ କରୁଥିଲେ। ଏସଡିଓପି ମନୀଷ କୁଅଁର କହିଛନ୍ତି ଯେ ଏଫ୍ଏସ୍ଏଲ୍ ଟିମ୍ ଘଟଣାସ୍ଥଳରୁ କିଛି ନମୁନା ନେଇଛି।
ଅଧିକ ପଢ଼ନ୍ତୁ: ସରକାରୀ କର୍ମଚାରୀଙ୍କୁ ବ୍ୟକ୍ତିଗତ, ସାଂଗଠନିକ ଦକ୍ଷତା ବିକାଶ ଦିଗରେ ପ୍ରେରଣା ମିଳିବ